Below header

ହମାସ୍‌ ବାୟୁସେନା ମୁଖ୍ୟ ଅଲି କାଦିଙ୍କୁ ନିପାତ କଲା ଇସ୍ରାଏଲ୍‌, ଚେତାବନୀ ଦେଇ କହିଲା, ସମସ୍ତ ଆତଙ୍କବାଦୀଙ୍କର ହେବ ଏଭଳି ଅବସ୍ଥା

ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ 'ହମାସ୍‌'ର ବାୟୁସେନା ମୁଖ୍ୟ ଅଲି କାଦିଙ୍କୁ ଇସ୍ରାଏଲ୍‌ ସେନା ଶନିବାର ନିପାତ କରିଛି। ଅଲି କାଦିଙ୍କୁ ମାରିବା ପରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଟ୍ୱିଟ୍ କରି କହିଛି ଯେ ଅଲି କାଦି ଅକ୍ଟୋବର ୭ରେ ଇସ୍ରାଏଲରେ ସାଧାରଣ ନାଗରିକଙ୍କ ବର୍ବର ନରସଂହାରର ନେତୃତ୍ୱ ନେଇଥିଲେ।

ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ‘ହମାସ୍‌’ର ବାୟୁସେନା ମୁଖ୍ୟ ଅଲି କାଦିଙ୍କୁ ଇସ୍ରାଏଲ୍‌ ସେନା ଶନିବାର ନିପାତ କରିଛି। ଅଲି କାଦିଙ୍କୁ ମାରିବା ପରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଟ୍ୱିଟ୍ କରି କହିଛି ଯେ ଅଲି କାଦି ଅକ୍ଟୋବର ୭ରେ ଇସ୍ରାଏଲରେ ସାଧାରଣ ନାଗରିକଙ୍କ ବର୍ବର ନରସଂହାରର ନେତୃତ୍ୱ ନେଇଥିଲେ। ଆମେ ତାଙ୍କୁ ନିପାତ କରିଛୁ। ହମାସ୍‌ର ସମସ୍ତ ଆତଙ୍କବାଦୀଙ୍କର ମଧ୍ୟ ଏଭଳି ଅବସ୍ଥା ହେବ।

୨୦୦୫ରେ ଇସ୍ରାଏଲ ନାଗରିକମାନଙ୍କ ଅପହରଣ ଏବଂ ହତ୍ୟା ପରେ ଅଲି କାଦିଙ୍କୁ ଗିରଫ କରାଯାଇଥିଲା ଏବଂ ଗିଲାଦ ଶାଲିତ କଏଦୀ ବିନିମୟର ଏକ ଅଂଶ ଭାବରେ ତାଙ୍କୁ ମୁକ୍ତ କରାଯାଇଥିଲା।

ସୂଚନାଥାଉ କି, ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଶନିବାର ଏକ ବଡ଼ ଦାବି କରି କହିଛି ଯେ ଗାଜା ଷ୍ଟ୍ରିପ୍‌ରେ ରାତିସାରା ଏୟାର ଷ୍ଟ୍ରାଇକ୍‌ କରାଯାଇ ହମାସ୍‌ ଦଳର ଜଣେ ବରିଷ୍ଠ ସଦସ୍ୟଙ୍କୁ ନିପାତ କରାଯାଇଛି। ଏୟାର ଷ୍ଟ୍ରାଇକ୍‌ରେ ହମାସ ଏୟାର ଗ୍ରୁପ୍‌ର ମୁଖ୍ୟ ଅବୁ ମୁରାଦଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏକ ମୁଖ୍ୟାଳୟକୁ ଟାର୍ଗେଟ୍‌ କରିଥିଲା, ଯେଉଁଠାରୁ ଆତଙ୍କବାଦୀ ଗୋଷ୍ଠୀ ନିଜର ବାୟୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲେ।

ଗତ ସପ୍ତାହରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ବେଳେ ଅବୁ ମୁରାଦ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ହମାସ ଆତଙ୍କବାଦୀ ହ୍ୟାଙ୍ଗ ଗ୍ଲାଇଡର ଜରିଆରେ ଇସ୍ରାଏଲରେ ପ୍ରବେଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.