୧୯୧ ରନରେ ପାକିସ୍ତାନ ଅଲ୍ ଆଉଟ୍, ବିଜୟ ପାଇଁ ଭାରତକୁ ଦରକାର ୧୯୨ ରନ୍
ମାତ୍ର ୪୨.୫ ଓଭରରେ ୧୯୧ ରନ କରି ଅଲ୍ ଆଉଟ ହେଲା ପାକିସ୍ତାନ । ଭାରତକୁ ବିଜୟ ପାଇଁ ୧୯୨ ରନ ଟାର୍ଗେଟ ଦେଇଛି ପାକିସ୍ତାନ । ଯଦିଓ ପାକିସ୍ତାନର ପ୍ରଦର୍ଶନ ଆରମ୍ଭରୁ ଭଲ ଥିଲେ ମଧ୍ୟ ବାବର ଆଜମଙ୍କ ଆଉଟ ପରେ ଧିରେ ଧିରେ ପାକିସ୍ତାନର ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା ।
ମାତ୍ର ୪୨.୫ ଓଭରରେ ୧୯୧ ରନ କରି ଅଲ୍ ଆଉଟ ହେଲା ପାକିସ୍ତାନ । ଭାରତକୁ ବିଜୟ ପାଇଁ ୧୯୨ ରନ ଟାର୍ଗେଟ ଦେଇଛି ପାକିସ୍ତାନ । ଯଦିଓ ପାକିସ୍ତାନର ପ୍ରଦର୍ଶନ ଆରମ୍ଭରୁ ଭଲ ଥିଲେ ମଧ୍ୟ ବାବର ଆଜମଙ୍କ ଆଉଟ ପରେ ଧିରେ ଧିରେ ପାକିସ୍ତାନର ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା । ଭାରତ ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ କମାଲ ପ୍ରଦର୍ଶନରେ ପାକିସ୍ତାନ ଧରାଶାୟୀ ହୋଇଛି ।
ଭାରତର ୫ ବୋଲର ୧୦ ଓ୍ଵିକେଟକୁ ସମାନ ଭାବେ ବାଣ୍ଟି ନେଇଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୫୦ ରନ୍ ଓ ରିଜଓ୍ଵାନଙ୍କ ୪୯ ରନ ପାକିସ୍ତାନକୁ ଏକ ଭଲ ବ୍ୟାଟିଂ ଆଡକୁ ଅଗ୍ରସର କରୁଥିବା ବେଳେ ବାବର ଆଜମଙ୍କ ଓ୍ଵକେଟ ପତନ ପାକିସ୍ତାନକୁ ବଡ ଧକ୍କା ଦେଇଥିଲା । ଧିରେ ଧିରେ ପାକିସ୍ତାନର ରନ ରେଟ କମି ଆସିବା ସହ ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା । ଫଳରେ ପାକିସ୍ତାନ ୪୨.୫ ଓଭର ଖେଳି ମାତ୍ର ୧୯୧ ରନରେ ସମସ୍ତ ଓ୍ଵିକେଟ ହରାଇଛନ୍ତି । ଭାରତର ବିଜୟ ଲକ୍ଷ୍ୟ ପାଇଁ ୧୯୨ ରନର ଆବଶ୍ୟକତା ରହିଛି ।