କୋଚିଂର ବାହାନା କରି କାଫେ ଚାଲିଗଲା ପୁଅ, ମିଛ କହିବାରୁ ସାଙ୍ଗଙ୍କ ଆଗରେ ବାପା ହାତରୁ ଖାଇଲା ନିର୍ଦ୍ଧୁମ ମାଡ଼

କୋଚିଂ ଯିବାର ବାହାନା କରି କାଫେରେ ଟାଇମ ପାସ୍‌ କରୁଥିଲା ପୁଅ। ବାପା ଜାଣିବା ପରେ ରାଗିଯାଇ ପହଁଞ୍ଚିଲେ ସେଇ କାଫେରେ.. ଆଉ ତା ପରେ ଯାହା ହେଲା.. ନା ଆଗ ଦେଖିଲେ ନା ପଛ.. ବାଡ଼େଇ ଚାଲିଲେ ପୁଅକୁ..ଯାହାର ଭିଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେଉଛି।

କୋଚିଂ ଯିବାର ବାହାନା କରି କାଫେରେ ଟାଇମ ପାସ୍‌ କରୁଥିଲା ପୁଅ। ବାପା ଜାଣିବା ପରେ ରାଗିଯାଇ ପହଁଞ୍ଚିଲେ ସେଇ କାଫେରେ.. ଆଉ ତା ପରେ ଯାହା ହେଲା.. ନା ଆଗ ଦେଖିଲେ ନା ପଛ.. ବାଡ଼େଇ ଚାଲିଲେ ପୁଅକୁ..ଯାହାର ଭିଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେଉଛି।

ଦର୍ଶକବନ୍ଧୁ ସ୍କୁଲ ଓ କୋଚିଂରେ କ୍ଲାସ ନଯିବା ପାଇଁ ପିଲାମାନେ ଅନେକ ବାହାନା କରନ୍ତି। ପିଲାମାନେ ଧିରେ ଧିରେ ବଡ଼ ହେବା ପରେ ଏକଥା କୁ ବୁଝିପାରନ୍ତି। ଆଉ କ୍ଲାସ ବଙ୍କ ମାରିବା ତାଙ୍କୁ ଠିକ ଲାଗିନଥାଏ। କିନ୍ତୁ ତଥାପି ଏମିତି କିଛି ବଦମାସ ପିଲା ଅଛନ୍ତି ଯେଉଁମାନେ ବଡ଼ ହେଲାପରେ ବି ବାପା ମାଙ୍କୁ ମିଛ କହି କ୍ଲାସ ବନ୍ଦ କରି ସାଙ୍ଗ ସାଥି ସହ ମିଶି ମଜାମସ୍ତି କରନ୍ତି। ଯାହାକି ଆଦୌ ଠିକ ନୁହେଁ। ଠିକ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ପିଲା ଜଣକ ଘରେ ମିଛ କହି କ୍ଳାସ ବନ୍ଦ କରି କାଫେ ଯାଇଥିଲା। ଯାହାର ଖବର ଘରେ ଜାଣିବା ପରେ ତାକୁ ସାବାଡ଼ କରିବାକୁ ଯାଇ ମାଡ଼ ମାରିିଛନ୍ତି।

ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଖବର ବିଷୟରେ ଜାଣିବା ପରେ ବ୍ୟକ୍ତି ଜଣକ ସିଧା କାଫେ ଭିତରକୁ ପଶିଗଲେ। ଆଉ ନିଜ ପୁଅ ପାଖରେ ପହଞ୍ଚିଲେ.. ତାପରେ ଯୋଉ ଛେଚା! ସେ ବି ସମସ୍ତଙ୍କ ସାମ୍ନାରେ… ସୂଚନା ଅନୁସାରେ ଏହି ପିଲାଟି ଘରେ କ୍ଲାସ ଯିବା ପାଇଁ କହି ଘରୁ ବାହାରିଥିଲା। କିନ୍ତୁ ସାଙ୍ଗଙ୍କ ସହ ମିଶି କାଫେ ଚାଲିଗଲା। ଏହାକୁ ଜାଣିବା ପରେ ତାଙ୍କ ବାପା ଆସି ସମସ୍ତଙ୍କ ସାମ୍ନାରେ ତାକୁ ବାଡ଼େଇଥିଲେ।

ବାପା ମାଡ଼ ମାରିଚାଲିଥାନ୍ତି ପିଲାର ସାଙ୍ଗମାନେ ତାଙ୍କୁ ବୁଝାଇବାକୁ ଲାଗିପଡ଼ନ୍ତି। କିନ୍ତୁ ସେ କଣ ଶୁଣିବେ । ମିଛ ଶୁଣି ରାଗି ଯିବା ପରେ ଆଉ କାହା କଥା ଶୁଣିଲେ ନାହିଁ। ପିଲ ।ଟି ଘରୁ ମିଛ କହି ଏହି ରୁଫଟପ୍‌ କାଫେରେ ମଜା କରୁଥିବା ବେଳେ ବାପା ହାତରେ ଧରାପଡ଼ିଥିଲା।

ଅନେକ ବାପାଙ୍କ ୁ ସମର୍ଥନ କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ଆପଣ ମାନେ କେହିବି ଏମିତି ଘରେ ମିଛ କହି କୁଆଡ଼େ ବି ଯାଆନ୍ତୁ ନାହିଁ। ବାପା ମାଙ୍କୁ ସତ କହି ସବୁ କାମ କରିବା ଉଚିତ। ନଚେତ ମିଛ କହି ଖାଲି ଫସିବା ଛଡ଼ା ଆଉ କିଛି ମିଳିବନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.