ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ୨୩ଟି ବାକ୍ସରୁ ୪୨ କୋଟି ମିଳିଲା ପରେ IT ଅଧିକାରୀଙ୍କ ଉଡ଼ିଯାଇଛି ହୋସ

ଖଟ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଘରେ ଏତେ ଟଙ୍କା ଭର୍ତ୍ତି କରୁଥିଲେ ଯେ ଜାଗାର ଅଭାବ ହେଲା , ଶେଷରେ ଦମ୍ପତି ଖଟ ତଳେ ଟଙ୍କାକୁ ରଖିଲେ..ଆଉ ତାରି ଉପରେ ଗଦି ପାରି ଶୋଉଥିଲେ ।

ଖଟ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଘରେ ଏତେ ଟଙ୍କା ଭର୍ତ୍ତି କରୁଥିଲେ ଯେ ଜାଗାର ଅଭାବ ହେଲା , ଶେଷରେ ଦମ୍ପତି ଖଟ ତଳେ ଟଙ୍କାକୁ ରଖିଲେ..ଆଉ ତାରି ଉପରେ ଗଦି ପାରି ଶୋଉଥିଲେ । ଏ ଦମ୍ପତିଙ୍କୁ ମାନିବାକୁ ପଡିବ ଆଜ୍ଞା, କୁଆଡୁ ଆସୁଥିଲା କିଏ ଦଉଥିଲା ତାର କିଛି ବି ସୁରାକ ସେ କାହାରିକୁ ବି ଜାଣିବାକୁ ଦେଉନଥିଲେ । ଚୁପ ଚାପ ଟଙ୍କା ଖାଇ ମାଲେମାଲ ହେଇଯାଉଥିଲେ ଏମାନେ।  ଖବରଟି ସାମ୍ନାକୁ ଆସିବା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ। ଘଟଣାଟି ବେଙ୍ଗାଲୁରୁର..

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି । ଧରା ପଡିବା ପରେ ବେଡ୍ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଶେଷରେ ଟଙ୍କା ଗଣି ଗଣି ହାଲିଆ ହୋଇଗଲେ ଆୟକର ବିଭାଗ ଅଧିକାରୀ । ଟଙ୍କା ଗଣା ସରିଲା.. ୨୩ଟି ବାକ୍ସରୁ ୪୨ କୋଟି ଟଙ୍କା ମିଳିଲା। କଣ ଆଶ୍ଚର୍ଯ୍ୟ ହୋଇଗଲେ ନା .. ଖଟ ତଳେ ପୁଣି ୪୨ କୋଟି ଟଙ୍କା! ସବୁଯାକ ପୁଣି ୫ ଶହ ଟଙ୍କିଆ ନୋଟ୍ ।

ଟଙ୍କା ଗଣି ଗଣି ହାଲିଆ ହେବା ପରେ ଲିଷ୍ଟ ଦେଖି ଆୟକର ବିଭାଗ ଅଧିକାରୀଙ୍କ ହୋସ ଉଡ଼ିଗଲା। ଏ ଦମ୍ପତି କଳାଧନ କୁ ଏମିତି ଭର୍ତ୍ତି କରିଥିଲେ ଯେ ଯାହାର ଖୁଲାସା ହେବ ପରେ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି .. କର୍ଣ୍ଣାଟକ ବେଙ୍ଗାଲୁରୁରେ ଏହି ଘଟଣା କାଲି ସାମ୍ନାକୁ ଆସିଥିଲା। ମିଳିଥିବା ସୂଚନା ଅନୁସରେ କଣ୍ଟ୍ରାକ୍ଟରଙ୍କ ନାମ ଅମ୍ବିକାପତି ହୋଇଥିବାବେଳେ ତାଙ୍କ ପତ୍ନୀ ଅଶ୍ୱତ୍ଥାମା ଏରିଆର କର୍ପୋରେଟର , ଆଉ ଗତ କାଲି ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ନଗଦ ୪୨ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

ଘଟଣା ସଂପର୍କରେ କାହାର ପ୍ରତିକ୍ରିୟା ମିଳିନଥିବାବେଳେ ଖବର ଅନୁସାରେ ଏହି ଟଙ୍କା ବିଲ୍‌ଡର୍‌, ସୁନା ବ୍ୟବସାୟୀ ଓ ଠିକାଦାରଙ୍କ ଠାରୁ ଟିକସ ଭାବେ ଆଦାୟ କରାଯାଇଥିଲା । ଏହାକୁ ମିଶାଇ ମୋଟ୍‌ ୧୫ଶହ କୋଟି ଟଙ୍କା ବେଙ୍ଗାଲୁରୁରୁ ଚେନ୍ନାଇ ଦେଇ ହାଇଦ୍ରାବାଦ ଯିବାର ଯୋଜନା ଥିଲା ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କଣ୍ଟ୍ରାକ୍ଟର ଅମ୍ବିକାପତି କର୍ଣ୍ଣାଟକରେ ବିଜେପି ସରକାର ଥିବାବେଳେ ସେ ବିଜେପି ବିଧାୟକଙ୍କ ବିରୋଧରେ ୪୦ ପ୍ରତିଶତ କମିଶନ ନେଉଥିବା ପୂର୍ବରୁ ଅଭିଯୋଗ ଆଣିଥିଲେ । ଆଉ ଆଜି ତାଙ୍କ ବେଡ୍ ତଳୁ ନଗଦ ୪୨ କୋଟି ଟଙ୍କା ମିଳିଛି । ଯାହାକୁ ନେଇ ଏବେ ଖୁବ ତନାଘନା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.