ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଉଡ଼ାଉଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ

ଯୁଦ୍ଧରେ ହମାସ ଘାଇଲା। ଗାଜା ସିଟିକୁ ଚାରିପଟୁ ଘେରାବନ୍ଦୀ କରି ଜୋରଦାର ଗ୍ରାଉଣ୍ଡଅପରେସନ୍ କରୁଛି ଇସ୍ରାଏଲ୍ ସେନା । ଏୟାରଷ୍ଟ୍ରାଇକ୍ ବି ଘନଘନ ହେଉଛି । ଏସ୍ରାଏଲ୍ ଗତ ୧୦ ଘଣ୍ଟାର ଲଢ଼େଇରେ ବହୁ ଆତଙ୍କବାଦୀଙ୍କୁ ନିପାତ କରିଛି ।

ଯୁଦ୍ଧରେ ହମାସ ଘାଇଲା। ଗାଜା ସିଟିକୁ ଚାରିପଟୁ ଘେରାବନ୍ଦୀ କରି ଜୋରଦାର ଗ୍ରାଉଣ୍ଡଅପରେସନ୍ କରୁଛି ଇସ୍ରାଏଲ୍ ସେନା । ଏୟାରଷ୍ଟ୍ରାଇକ୍ ବି ଘନଘନ ହେଉଛି । ଏସ୍ରାଏଲ୍ ଗତ ୧୦ ଘଣ୍ଟାର ଲଢ଼େଇରେ ବହୁ ଆତଙ୍କବାଦୀଙ୍କୁ ନିପାତ କରିଛି । ଜବତ କରିଛି ଅନେକ ଅସ୍ତ୍ରଶସ୍ତ୍ର । ଆତଙ୍କବାଦୀ ଟନେଲକୁ ଧୂଳିସାତ କରିଛି ।

ବର୍ତ୍ତମାନ ସୁଦ୍ଧା ହମାସର ୧୩୦ ଟନେଲଙ୍କୁ ଧ୍ବଂସ କଲାଣି ଇସ୍ରାଏଲ୍ । ଗାଜାରେ ଜୋରଦାର ଚାଲିଛି ହମାସ ବିରୋଧି ଅପରେସନ। ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଖୋଜି ଖୋଜି ଉଡ଼ାଇବା ସହ ଟପ୍ କମାଣ୍ଡରଙ୍କୁ ଟାର୍ଗେଟ କରି ମାରୁଛି ଆଇଡିଏଫ୍ । ଉତ୍ତର ଗାଜରେ ହମାସ ଠିକଣା ଉପରେ ଜୋରଦାର ଚାଲିଛି ହମଲା ।

ହମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ବିଭାଗ ମୁଖ୍ୟ ମହସନ୍ ଅବୁ ଜିନାଙ୍କୁ ଏୟାରଷ୍ଟ୍ରାଇକ୍ କରି ଉଡ଼ାଇଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ।  ଯୁଦ୍ଧ ଘନଘଟା ଭିତରେ ଦକ୍ଷିଣ ଗାଜା ମୁହାଁ ହୋଇଛନ୍ତି ଉତ୍ତର ଗାଜାର ବାସିନ୍ଦା । ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କରିଡର୍ କରିଛି ଇସ୍ରାଏଲ୍ । ହଜାର ହଜାର ଲୋକ ଅନ୍ୟତ୍ର ଚାଲି ଯାଉଛନ୍ତି । ଗତ ୨୪ ଘଣ୍ଟାରେ ୫୦ ହଜାର ଲୋକ ପାଲେଷ୍ଟାଇନୀୟ ଗାଜା ଛାଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.