Below header

ଗାଜାର ଏକମାତ୍ର ପାଓ୍ଵାର ପ୍ଲାଣ୍ଟ୍‌ ବନ୍ଦ, ବିଜୁଳି ଠପ୍‌; ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ କହିଲେ, ‘ହମାସ୍‌ ISISଠାରୁ ମଧ୍ୟ ଭୟଙ୍କର’

ଇସ୍ରାଏଲ୍‌ ଆକ୍ରମଣାତ୍ମକ ଢଙ୍ଗରେ ଯୁଦ୍ଧ ଲଢ଼ୁଛି। ଲଗାତାର ଭାବେ ଗାଜା ଷ୍ଟ୍ରିପ୍‌ରେ ବୋମା ଏବଂ ରକେଟ୍‌ ମାଡ଼ କରୁଛି ଇସ୍ରାଏଲ୍‌। ଏହାରି ଭିତରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାୟୁ ହମାସକୁ ISISଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି କହିଛନ୍ତି।

ଇସ୍ରାଏଲ୍‌ ଆକ୍ରମଣାତ୍ମକ ଢଙ୍ଗରେ ଯୁଦ୍ଧ ଲଢ଼ୁଛି। ଲଗାତାର ଭାବେ ଗାଜା ଷ୍ଟ୍ରିପ୍‌ରେ ବୋମା ଏବଂ ରକେଟ୍‌ ମାଡ଼ କରୁଛି ଇସ୍ରାଏଲ୍‌। ଏହାରି ଭିତରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାୟୁ ହମାସକୁ ISISଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ହମାସ ଆତଙ୍କବାଦୀଙ୍କ ବର୍ବରତାର ଚିତ୍ର ସେୟାର କରିଛନ୍ତି।

ସେପଟେ ଇନ୍ଧନ ଅଭାବ ହେତୁ ଗାଜା ଷ୍ଟ୍ରିପରେ ଥିବା ପାଓ୍ଵାର ପ୍ଲାଣ୍ଟ୍‌ରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ଇସ୍ରାଏଲ ବିଦ୍ୟୁତ କାଟ୍‌ କରିଦେଇଛି। ଏହି କାରଣରୁ ଗାଜାରେ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇପଡ଼ିଛି।

ଅକ୍ଟୋବର ୭ରେ ହମାସ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହାପରେ ଇସ୍ରାଏଲ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଏବଂ ଅକ୍ଟୋବର ୧୦ରେ ଗାଜା ଉପରେ ଯୁଦ୍ଧ ବିମାନରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାରି ଭିତରେ ହମାସ ତେଲ ଅଭିଭ୍‌ ଏବଂ ମଧ୍ୟ ଇସ୍ରାଏଲରେ ରକେଟ୍‌ ମାଡ଼ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.