ଜଗା ପ୍ରେମରେ ବନ୍ଧା ପୂର୍ବରୁ ପଶ୍ଚିମ, ଆମେରିକା ରୋଜେନ୍‌ବର୍ଗରେ ଗଡ଼ିଲା ଜଗତର ନାଥଙ୍କ ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଆ ଯେଉଁଠି ଥିଲେ ବି କେବେ ଭୁଲେ ନାହିଁ ତାର ପ୍ରଭୁଙ୍କୁ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ । ତେଣୁ କେବଳ ଆମ ଦେଶ ନୁହେଁ, ବିଶ୍ୱର ଅନେକ ସ୍ଥାନରେ ଗଢ଼ି ଉଠିଛି ଜଗନ୍ନାଥ ମନ୍ଦିର । ସବୁ ରୀତିନୀତି ସହ ରଥଯାତ୍ରା ବି ପାଳୁଛନ୍ତି ପ୍ରବାସୀ ଓଡ଼ିଆ । ସେମିତି ଏଥର ବି ଭକ୍ତି ଭାବନା ସହ ଧୁମ୍‌ଧାମ୍‌ରେ ରଥଯାତ୍ରା ପାଳିତ ହୋଇଛି ଆମେରିକାର ହ୍ୟୁଷ୍ଟନ୍‌ ସ୍ଥିତ ରୋଜେନ୍‌ବର୍ଗରେ ।

RATHA AMERICA-2

ରୋଜେନବର୍ଗରେ ବସବାସ କରୁଥିବା ଓଡ଼ିଆମାନେ ଏକାଠି ହୋଇ ବେଶ୍‌ ଆଗରୁ ପ୍ରସ୍ତୁତି କରିଥିଲେ ରଥଯାତ୍ରା ପାଇଁ । ଗୋଟିଏ ରଥ ନିର୍ମାଣ କରାଯାଇଥିଲା ତିନି ଠାକୁରଙ୍କ ଲାଗି । ଶ୍ରୀକ୍ଷେତ୍ର ଭଳି ଏଠାରେ ମଧ୍ୟ ପହଣ୍ଡି ଆଦି ରୀତିନୀତି ସମ୍ପନ୍ନ ପରେ ଭକ୍ତମାନେ ରଥ ଟାଣିଥିଲେ । ଏଥରେ କେବଳ ଓଡ଼ିଆମାନେ ନୁହନ୍ତି ଭାରତର ଅନ୍ୟ ରାଜ୍ୟର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ହୋଇଥିଲେ । ଆରତୀ, ପହଣ୍ଡି, ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶେଷରେ ରଥ ଟଣା ଯାଇଥିଲା ।

RATHA AMERICA-3RATHA AMERICA-4

ଆହୁରି ମଧ୍ୟ ରଥଯାତ୍ରା ଦିନ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ଏଠାକାର ଓଡ଼ିଆ ପରିବାରର କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏଥିର ଭାଗ ନେଇଥିଲେ । ତେବେ ସବୁଠାରୁ ବେଶି ଆକର୍ଷଣ ଥିଲା ଭର୍ଚୁଆଲରେ ଓଡ଼ିଶାର କଳାକାରମାନଙ୍କ ଯୋଗଦାନ । ଶୈଳଭାମା ମହାପାତ୍ରଙ୍କ ଭଳି ଜଣାଶୁଣା ଓ ନାମୀ କଣ୍ଠଶିଳ୍ପୀ ଭଜନ ପରିବେଷଣ କରି ସମସ୍ତଙ୍କ ମନ ମୋହି ନେଇଥିଲେ । ୟନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍‌ ପକ୍ଷରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.