ଦୀର୍ଘ ୪ ମାସ ପରେ ଦେଶରେ ସର୍ବନିମ୍ନ ସଂକ୍ରମିତ, ଗତ ୨୪ ଘଣ୍ଟାରେ ୩୧ ହଜାର ୪୪୩ ନୂଆ କେଶ

 ଭୁବନେଶ୍ୱର(କେ ନ୍ୟୁଜ): ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରଭାବ କିଛିଟା କମି କମି ଚାଲିଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ସେମିତି କିଛି ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇନାହିଁ । ଗତ ୨୪ ଘଣ୍ଟା ଭିତରେ ୨ହଜାର ୨୦ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ସେପଟେ ୧୧୮ ଦିନ ପରେ ଦେଶରେ ସର୍ବନିମ୍ନ ସଂକ୍ରମିତା ହୋଇଥିବା ନେଇ ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟାରେ ୩୧ ହଜାର ୪୪୩ ନୂଆ ଆକ୍ରାନ୍ତ ହୋଇଛନ୍ତି।

ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୫ ହଜାର ୮୧୯ରେ ପହଂଚିଛି । ମୋଟ ମୃତ୍ୟୁସଂଖ୍ୟା ରହିଛି ୪ଲକ୍ଷ ୧୦ ହଜାର ୭୮୪ । ଦେଶରେ ଏବେ ୪ଲକ୍ଷ ୩୧ ହଜାର ୩୧୫ଟି ଆକ୍ଟିଭ୍‌ କେସ୍‌ ରହିଛି । ଯାହା ୧୦୯ଦିନ ପରେ ସର୍ବନିମ୍ନ ଥିବା ନେଇ ରେକର୍ଡ ହୋଇଛି । କହିରଖିବା ଉଚିତ ହେବକି ପୂର୍ବ ଦିନ ୩୭ହଜାର ୧୫୪  ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.