ବିନା ପରୀକ୍ଷାରେ କରନ୍ତୁ ଭାରତୀୟ ସେନାରେ ଚାକିରି, ଦରମା ମାସକୁ ୨.୫ ଲକ୍ଷରୁ ଅଧିକ

ଭାରତୀୟ ସେନାରେ ସାମିଲ ହେବାକୁ ଇଚ୍ଛୁକ ରଖିଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନାରେ ପୁରୁଷ ଏବଂ ମହିଳାଙ୍କ ପାଇଁ NCC ସ୍ପେଶାଲ ଏଣ୍ଟ୍ରି ସ୍କିମ ଅଧିନରେ ଅଧିକାରୀ ପଦ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ସମସ୍ତ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଭାରତୀୟ ସେନାର ଅଧିକାରକ ୱେବସାଇଟ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ରେଜିଷ୍ଟ୍ରସନ କରିବା ପାଇଁ ଶେଷ ତାରିଖ ୧୫ ଜୁଲାଇ ରହିଛି।

ଜରୁରୀ ତାରିଖ; ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ ୧୫ ଜୁଲାଇ ରହିଛି।

ପଦବୀ ବିବରଣୀ:

NCC (ପୁରୁଷ ): ୫୦
NCC ( ମହିଳା): ୫

ଶିକ୍ଷାଗତ ଯୋଗ୍ଯତା:ଯୋଗ୍ଯ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ସମକକ୍ଷ ହୋଇଥିବା ଜରୁରୀ। ସେମାନଙ୍କୁ NCC ସିନିଅର ଡିଭିଜନ/ୱିଙ୍ଗରେ ଅତିକମରେ ୨/୩ ବର୍ଷର ଅଭିଜ୍ଞତା ଜରୁରୀ।

ଚୟନ ପ୍ରକ୍ରିୟା:ଚୟନ ପ୍ରକ୍ରିୟାରେ SSB ଇଣ୍ଟରଭ୍ଯୁ ପରେ ପ୍ରାର୍ଥୀଙ୍କ ସର୍ଟଲିଷ୍ଟିଂ ସାମିଲ ହେବ। ଯେଉଁମାନଙ୍କୁ ସର୍ଟଲିଷ୍ଟିଂ କରାଯିବ, ସେମାନେ ଚୟନ କେନ୍ଦ୍ରକୁ ଯାଇ SSB ରାଉଣ୍ଡରେ ଏଲିଜିବିଲିଟ ଟେଷ୍ଟ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.