କରୋନା ଭାଇରସ୍‌କୁ ଏତେ ଭୟ! ସଂକ୍ରମଣରୁ ବର୍ତ୍ତିବା ପାଇଁ ପୂରା ଫ୍ଲାଇଟ୍‌ ବୁକ୍‌ କଲେ ଦମ୍ପତି

କରୋନା ଭାଇରସ୍‌ ଯୋଗୁ ଏବେ ସାରା ବିଶ୍ୱବାସୀ ତାହି ତ୍ରାହି ଡାକିଲେଣି। କରୋନା ସଂକ୍ରମଣ ଭୟରେ ଗତ ବର୍ଷେ ହେଲା ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି। ଏମିତିକି ଗାଡ଼ିରେ ଯାତ୍ରା କରିବାକୁ ମଧ୍ୟ ଲୋକଙ୍କ ମନରେ ଭୟ ରହିଛି। ଇତି ମଧ୍ୟରେ ଇଣ୍ଡୋନେସିଆର ଜଣେ ବ୍ୟକ୍ତି ଫ୍ଲାଇଟ୍‌ ଯାତ୍ରା କରିବା ପାଇଁ ଯାହା କରିଛନ୍ତି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଲୋକଙ୍କ ମନରେ କରୋନାକୁ ନେଇ କେତେ ଭୟ ରହିଛି।

ଇଣ୍ଡୋନେସିଆର ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ସୁରକ୍ଷିତ ଯାତ୍ରା କରିବା ପାଇଁ ପୂରା ପାସେଞ୍ଜର ଫ୍ଲାଇଟ୍‌କୁ ବୁକ୍‌ କରି ଦେଇଛନ୍ତି। ଜାକର୍ତ୍ତାର ରିଚାର୍ଡ ମୁଲଜ୍ୟାଦି ନାମକ ବ୍ୟକ୍ତି ବିମାନର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଓ ତାଙ୍କ ପତ୍ନୀ ଏକମାତ୍ର ଯାତ୍ରୀ ଥିଲେ। କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ରିଚାର୍ଡ ଏହି ଉପାୟ ଆପଣାଇଛନ୍ତି।

flight2
Photo Credit:Instagram/Richard Muljadi

ରିଚାର୍ଡ ନିଜ ଭବ୍ୟ ଜୀବନ ଶୈଳୀ ଯୋଗୁ ପ୍ରସିଦ୍ଧ। ସେ ଜାକର୍ତ୍ତାରୁ ବାଲି ଯିବାକୁ ଏଭଳି ଟିକେଟ୍‌ ବୁକିଂ କରାଇଥିଲେ। ଏହି ସପ୍ତାହ ଆରମ୍ଭରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକାଧିକ ଫଟୋ ସେୟାର କରିଥିଲେ। ସେଥିରେ ପୂରା ବିମାନରେ କେବଳ ତାଙ୍କୁ ଓ ତାଙ୍କ ପତ୍ନୀ ହିଁ ବସିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ସିଟ୍‌ଗୁଡ଼ିକ ଖାଲି ଥିଲା।

ମାତ୍ର ପୂରା ଫ୍ଲାଇଟ୍‌ ବୁକ୍‌ କରିବାକୁ ତାଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା ସେ ବିଷୟରେ ରିଚାର୍ଡ କିଛି ଖୁଲାସା କରିନାହାନ୍ତି। ସେ ଷ୍ଟାଟସ୍‌ରେ ଲେଖିଛନ୍ତି, ଏକ ଚାର୍ଟର ପ୍ଲେନ୍‌ ତୁଳନାରେ ପାସେଞ୍ଜର ବିମାନ ବୁକିଂ କରିବା ଶସ୍ତା ଥିଲା। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ଏହା ସତ ବୋଲି କହିଛନ୍ତି। ପ୍ରକାଶ ଯେ ରିଚାର୍ଡ ହେଉଛନ୍ତି ଇଣ୍ଡୋନେସିଆର ଜଣେ ଜଣାଶୁଣା ବ୍ୟବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.