ପାଞ୍ଚ ଜଣ ନର୍ସଙ୍କୁ ମଦ ପିଇ ପିଟିଲେ ନ୍ୟୁରୋ ସର୍ଜନ, ସକାଳୁ ନିଶା ଛାଡିବା ପରେ କରିଲେ ଏପରି କାମ

ଜଳନ୍ଧର : କୁପରଥଳା ଚୌକର କିଛି ଦୂର ଏକ ହସପିଟାଲରେ ଶନିବାର ମଧ୍ୟ ରାତ୍ରିରେ ଏକ ହଙ୍ଗାମା ହୋଇଗଲା। ଜଣେ ନ୍ୟୁରୋ ସର୍ଜନ ମଦ ପିଇ ନିଶାରେ ସାମାନ୍ୟ କଥାକୁ ନେଇ ପାଞ୍ଚଜଣ ନର୍ସଙ୍କୁ ପିଟିଛନ୍ତି। ଅବଶ୍ୟ ସକାଳୁ ନିଶା ଛାଡିଲା ପରେ ଡାକ୍ତର ଜଣଙ୍କ ସେହି ନର୍ସ ମାନଙ୍କୁ ଭୁଲ ମାଗି ଘଟଣାକୁ ସମାଧାନ କରିଦେଲେ।

nurseଘଟଣାର କାରଣ ହେଉଛି ରାତିରେ ଏକ ରୋଗୀଙ୍କୁ ନର୍ସ ଜଣଙ୍କ ଇନଜେକସନ ଦେଇଥିଲେ। ଏହି ସମୟରେ ହସପିଟାଲର ସଂଚାଳକ ଡାକ୍ତର ତାଙ୍କୁ ଯୁକ୍ତି କରିବା ଆରମ୍ଭ କରିଦେଲେ ଯେ ଇନଜେକସନରେ କମ୍ ଡୋଜ ଦିଆଯାଇଛି। ନର୍ସ ଯେତେବେଳେ ନିଜ କଥା କହିବାକୁ ଚାହିଁଲେ ତେବେ ଡାକ୍ତର ନିଜର ହିତାହିତ ଜ୍ଞାନ ହରାଇ ବସିଲେ ଏବଂ ତାଙ୍କୁ ପିଟିବାରେ ଲାଗିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଚାରି ଜଣ ନର୍ସ ତାଙ୍କୁ ଅଟକାଇବାରୁ ଡାକ୍ତର ଜଣଙ୍କ ସେମାନଙ୍କୁ ମଧ୍ୟ ପିଟିଥିଲେ।

doctorହସପିଟାଲ ପରିସରର କହିବାନୁଯାୟୀ ଡାକ୍ତରଙ୍କ ବ୍ୟବହାରରୁ ଲାଗୁଥିବଲା ଯେ ସେ ମଦ ପିଇଥିଲେ। ଦେଖୁ ଦେଖୁ ଡାକ୍ତର ଜଣଙ୍କ ନର୍ସଙ୍କୁ ଲାତ-ଗୋଇଠାଁ ମାରିବା ଆରମ୍ଭ କରିଦେଲେ। ଅନ୍ୟ କର୍ମଚାରୀ ମାନେ କୌଣସି ପ୍ରକାରେ ନର୍ସଙ୍କୁ ରକ୍ଷା କରିନେଲେ। ଏହାପରେ ଡାକ୍ତର ଜଣଙ୍କ ସେଠାରୁ ଚାଲିଗଲେ।

tired nurseନର୍ସ ଜଣଙ୍କ ସକାଳୁ ପୋଲିସକୁ ଅଭିଯୋଗ କରିବାକୁ ମଧ୍ୟ ଭାବିଥିଲେ। ଏହା ଜଣାପଡିବା ପରେ ଡାକ୍ତର ହସପିଟାଲରେ ପହଁଚି ନର୍ସଙ୍କୁ ଡାକି ତାଙ୍କର ପାଦ ଧରି ଭୁଲ ମାଗିଥିଲେ ଏବଂ ପୋଲିସରେ ଅଭିଯୋଗ ନକରିବା ପାଇଁ ଆବେଦନ କଲେ। କର୍ମଚାରୀ ମାନଙ୍କର କଥା ମାନି ନର୍ସ ଡାକ୍ତରଙ୍କୁ କ୍ଷମା କରିଦେଲେ ଏବଂ ସମାଧାନ ମଧ୍ୟ କରିଦେଲେ।

ଏହା ସହ ପଢ଼ନ୍ତୁ : ଆଇପିଏସ ଅଫିସରଙ୍କ ଦବଙ୍ଗଗିରି, ସାଧାରଣ ଲୋକଙ୍କୁ ଅସୁବିଧା ହେବ ନାହିଁ ବୋଲି ଅଟକାଇଲେ ମନ୍ତ୍ରୀଙ୍କ ଗାଡ଼ି

ଯେତେବେଳେ ଏହି ଘଟଣା ବିଷୟରେ ଡାକ୍ତରଙ୍କୁ ପଚରାଗଲା ସେ କହିଥିଲେ ଯେ ରାତିରେ ନର୍ସଙ୍କ ସହିତ ଝଗଡା ହୋଇଥିଲା କିନ୍ତୁ ମାଡପିଟ ଘଟଣାକୁ ସେ ମନା କରିଦେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.