Below header

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜାଫର ଶରିଫଙ୍କ ପରଲୋକ

ବେଙ୍ଗାଲୁରୁ(କେନ୍ୟୁଜ୍) : ସିକେ ଜାଫର ଶରିଫଙ୍କର ପରଲୋକ। ଜାତୀୟ ତଥା କର୍ଣ୍ଣାଟକ ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ କେନ୍ଦ୍ର ରେଳମନ୍ତ୍ରୀ ସିକେ ଜାଫର ଶରିଫଙ୍କର ପରଲୋକ ହୋଇଯାଇଛି। ସେ ବାଙ୍ଗାଲୁରୁର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମ୍ରୁତ୍ୟୁ ହୋଇଛି। ତେବେ ତାଙ୍କ ମ୍ରୁତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ କିଛି ଦିନ ତଳେ ନମାଜ ପାଇଁ ମସଜିଦକୁ ଯିବା ପାଇଁ ଘରୁ ବାହାରିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ତାଙ୍କର ମ୍ରୁତ୍ୟୁ ହୋଇଛି। ଜାଫର ସରିଫ ଜଣେ ବରିଷ୍ଠ କଂଗ୍ରେସ ନେତା ତଥା ବହୁବାର ଲୋକସଭାକୁ ନିର୍ବାଚିତ ହୋଇଥିବା ପାର୍ଥୀ ଅଟନ୍ତି।

କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ସମୟରେ ବହୁ ଉନ୍ନୟନ ମୂଳକ କାର‌୍ୟ୍ୟକରି ଶ୍ରେଷ୍ଠ ଭାବେ ପରିଗଣିତ ହୋଇଥିବା ବେଳେ ସେ ଜାତୀୟ ସ୍ଥରର ନେତା ଭାବେ ପରିଚିତ ଥିଲେ। ତେବେ ତାଙ୍କ ମ୍ରୁତ୍ୟୁ ଖବରରେ କର୍ଣ୍ଣାଟକର ଜନସାଧାରଣ, କଂଗ୍ରେସ କର୍ମୀ ଏବଂ ନେତା ମାନଙ୍କ ମଧ୍ୟରେ ଶୋକାକୁଳ ପରିସ୍ଥିତି ସ୍ରୁଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.