ଛେପ ପକାଇ ଚୁଟି କାଟି ବିବାଦରେ ଫସିଲେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ, କାର୍ଯ୍ୟାନୁଷ୍ଠାନ ଦାବି

ପୁଣି ବିବାଦରେ ଫସିଲେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବ । ଛେପ ପକାଇ ଚୁଟି କାଟି ବିବାଦରେ ଜାଭେଦ ହବିବ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ କମିଶନର ରାକେଶ ଆସ୍ଥାନାଙ୍କୁ NCWର ଚିଠି । ଜାଭେଦ ହବିବଙ୍କ ଏକ ଭିଡ଼ିଓ ଭାଇରଲ ହୋଇଛି। ଏଥିରେ ଏକ କାର୍ଯ୍ୟକ୍ରମରେ ସେ ଜଣେ ମହିଳାଙ୍କ ଚୁଟି କାଟୁଛନ୍ତି। ଚୁଟି କାଟିବା ସମୟରେ ସେ ପାଣି ବଦଳରେ ଛେପ ପକାଉଛନ୍ତି। ପାଣି ନଥିଲେ ଛେପ ବ୍ୟବହାର କରିପାରିବେ। ଭାଇରଲ ହେଉଥିବା ଭିଡିଓଟି ୩ ଜାନୁଆରୀର ବୋଲି ଜଣାପଡିଛି।

ଭିଡିଓରେ ଦାବି କରାଯାଇଛି ଯେ, ଜାଭେଦ ହବିବ ଚୁଟି କାଟିଲା ବେଳେ ପାଣି ବଦଳରେ ଛେପ ବ୍ୟବହାର କରିଛନ୍ତି। ସେ କହିଛନ୍ତି, ତାଙ୍କର ଏହି ଛେପରେ ଜୀବନ ଅଛି। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ସେପଟେ କିନ୍ତୁ ଏହାକୁ ନେଇ ଜାଭେଦଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଜାଭେଦ ହବିବଙ୍କ ଯେଉଁ ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେଉଛି ତାହା ମୁଜଫରନଗରର ବୋଲି କୁହାଯାଉଛି। ଚୁଟି କାଟିବା ବେଳେ ସେ କହୁଛନ୍ତି, ‘ଶାମ୍ପୁ ପ୍ରୟୋଗ କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଯଦି ପାଣିର ଅଭାବ ଥାଏ, ଏହି ଛେପରେ ଜୀବନ ଅଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ଜୋରଦାର ତାଳି ମାରୁଛନ୍ତି।

କିନ୍ତୁ ଭିଡିଓରେ ନଜର ଅସୁଥିବା ମହିଳା ଜଣକ ଟିକେ ଅସହଜ ଅନୁଭବ କରୁଛନ୍ତି। ଜାଭେଦ ହବିବ ଯେଉଁମହିଳାଙ୍କ ମୁଣ୍ଡ ଛେପ ପକାଇ ଚୁଟି କାଟିଛନ୍ତି ତାଙ୍କ ନାଁ ପୂଜା ଗୁପ୍ତା ବୋଲି ଜଣାପଡିଛି। ଏହି ଘଟଣାପରେ ପୂଜା ଜାଭେଦଙ୍କ ଏଭଳି ଚୁଟି କାଟିବାକୁ ନେଇ ଆପତ୍ତି ଉଠାଇଛନ୍ତି।

ସେଦିନ କ’ଣ ଘଟିଥିଲା:

ମହିଳା ଜଣକ ଭିଡିଓରେ କହିଛନ୍ତି, ‘ହବିବ୍‌ ସାର୍‌ଙ୍କ ଏକ ସେମିନାରରେ ମୁଁ ଯୋଗ ଦେଇଥିଲି। ସେଠାରେ ମୋତେ ଚୁଟି କାଟିବା ପାଇଁ ଡକାଯାଇଥିଲା। ଏହାପରେ ହବିବ ମୋ ସହ ଦୁର୍ବ୍ୟବହାର କରିଥିଲେ। ସେ କହିଥିଲେ ଯଦି ପାଣି ନଥାଏ ତେବେ ଛେପ ଲଗାଇ ମଧ୍ୟ ଚୁଟି କାଟିପାରିବା। କିନ୍ତୁ ମୁଁ ସେତେବେଳେ ଆଉ ଚୁଟି କାଟିନଥିଲି। ଜଣେ ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ହୋଇ ଏଭଳି ଦୁର୍ବ୍ୟବହାର ପ୍ରକୃତରେ ଅଶୋଭନୀୟ।’