Below header

ମନି ଲଣ୍ଡରିଂ ନେଇ ଇଡି ଜାଲରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଙ୍ଘଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଘରୁ ମିଳିଲା ୧୭ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ମନି ଲଣ୍ଡରିଂ ନେଇ ଇଡି ଜାଲରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଙ୍ଘଲ। ତାଙ୍କର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଘରୁ ମିଳିଲା ୧୭ କୋଟି ଟଙ୍କା। ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଆଜି ୧୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି। ଏଥିରେ ପୂଜା ସିଂଘଲ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘର ରେଡ୍‌ କରାଯାଇଥିଲା। ରାଞ୍ଚି ସ୍ଥିତ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଘରୁ ମିଳିଥିଲା ୧୭ କୋଟି ଟଙ୍କା। ଅନ୍ୟ ସ୍ଥାନରୁ ଆଉ ୧ କୋଟି ୮୦ ଲକ୍ଷ ଟଙ୍କା ମିଳିଥିଲା।

ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଏବଂ ଅନ୍ୟ ରାଜ୍ୟ ଏପରି ୧୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି। ୨୦୦୮ରୁ ୨୦୧୧ ମଧ୍ୟରେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାରୁ ମନରେଗା ପାଣ୍ଠିରୁ ୧୮ କୋଟି ଟଙ୍କା ହଡପ୍‌ ଅଭିଯୋଗ ଥିଲା। ଏ ମାମଲାରେ ପୂର୍ବରୁ ଜଣେ ପୂର୍ବତନ ଜୁନିଅର ଇଞ୍ଜିନିୟର ରାମବିନୋଦ ପ୍ରସାଦ ସିହ୍ନା ଗିରଫ କରିଥିଲା ଇଡି। ଏହି ମାମଲାକୁ ନେଇ ଆଜି ପୂଜା ସିଂଘଲ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଓ ଅଫିସ୍‌କୁ ଇଡି ରେଡ୍‌ କରିଥିଲା। ପୂଜା ସିଙ୍ଘଲ ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ। ପୂର୍ବରୁ ଖୁଣ୍ଟି ଜିଲ୍ଲାରେ ଡେପୁଟୀ କମିଶନର ଭାବେ କାର୍ଯ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.