ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କ ନିଧନ, ବିଧାନସଭା ବଜେଟ୍‌ ଅଧିବେଶନରେ ହଠାତ୍‌ ବିଗିଡ଼ି ଯାଇଥିଲା ସ୍ୱାସ୍ଥ୍ୟ

ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କର ଚେନ୍ନାଇରେ ଦେହାନ୍ତ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି।

ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋଙ୍କର ଚେନ୍ନାଇରେ ଦେହାନ୍ତ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି।

ସେ ଲେଖିଛନ୍ତି, ‘ଆମର ଟାଇଗର ଜଗରନାଥ ଦା ଆଉ ନାହାନ୍ତି! ଆଜି ଝାଡ଼ଖଣ୍ଡ ନିଜର ଜଣେ ମହାନ ଆନ୍ଦୋଳନକାରୀ, କର୍ମଠ ତଥା ଜନପ୍ରିୟ ନେତାଙ୍କୁ ହରାଇଦେଇଛି। ଚେନ୍ନାଇରେ ଚିକିତ୍ସା ସମୟରେ ଆଦରଣୀୟ ଜଗରନାଥ ମହତୋଙ୍କର ଦେହାନ୍ତ ହୋଇଛି। ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ’।

ଜଗରନାଥ ମହତୋ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ମାର୍ଚ୍ଚ ୧୪ରେ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ରାଞ୍ଚିର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ପରେ ସିଏମ୍ ସୋରେନଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ଅଣାଯାଇଥିଲା।

ଚେନ୍ନାଇର ବଡ଼ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତରେ ଝାଡ଼ଖଣ୍ଡର ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି। ସମସ୍ତେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।