CRPF ରେ ଖାଲିପଡିଛି ୧.୩୦ କନେଷ୍ଟବଳ ପଦବୀ, ମାଟ୍ରିକ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

CRPF ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲିପଡିଛି ୧.୩୦ କନେଷ୍ଟବଳ ପଦବୀ । ମାସକୁ ଦରମା ୬୯ ହଜାର ଟଙ୍କା ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସିଆରପିଏଫରେ ୧.୩୦ ଲକ୍ଷ ପଦବୀ ଖାଲିପଡିଛି । ଯେଉଁଥିପାଇଁ ନୋଟିଫିକେସନ ଜାରି ହୋଇଛି ।କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ସିଧାସଳଖ ଭର୍ତ୍ତି ପାଇଁ ଲେବଲ ୩ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ନୋଟିଫିକେସନ crpf.gov.inକୁ ଯାଇ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୧,୨୯,୯୨୯

ପୁରୁଷ : ୧,୨୫,୨୬୨
ମହିଳା : ୪,୪୬୭

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ କନେଷ୍ଟବଳ ପଦବୀରେ ନିଯୁକ୍ତି ମିଳିବ । ୨ ବର୍ଷ ପାଇଁ ପ୍ରୋବେସନ ପରିୟଡରେ ରଖାଯିବ । ମାସକୁ ଦରମା ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଫିଜିକାଲ ଏଫିସିଏନ୍ସି ଟେଷ୍ଟ, ମେଡିକାଲ ଟେଷ୍ଟ ଏବଂ ଲିଖିତ ପରୀକ୍ଷା ଜରିଆରେ କରାଯିବ । ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଏବଂ ଲିଖିତ ପରୀକ୍ଷା ପାସ୍‌ କରିବା ପରେ ହେବ ।ଚୟନ ପ୍ରକ୍ରିୟା ବିଷୟରେ ସୂଚନା CRPF କନଷ୍ଟେବଳ ନିଯୁକ୍ତି ୨୦୨୩ ମାନୁଆଲରେ ଦିଆଯାଇ ନାହିଁ।

ଲିଖିତ ପରୀକ୍ଷା ୨ ଘଣ୍ଟାର ଅବଧି ହେବ ଏବଂ ଜେନେରାଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ରିଜୋନିଙ୍ଗ, ସାଧାରଣ ଜ୍ଞାନ ଏବଂ ସାଧାରଣ ସଚେତନତା, ସାଧାରଣ ଗଣିତ ଏବଂ ଇଂରାଜୀ / ହିନ୍ଦୀରୁ ୨୫ ଟି ପ୍ରଶ୍ନ ପଚରାଯିବ। ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ୧ ମାର୍କ ନିର୍ଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ। ପ୍ରାର୍ଥୀମାନେ ନିଯୁକ୍ତି ବିଜ୍ଞପ୍ତିରେ ସିଲାବସ୍ ସୂଚନା ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.