Below header

ଘରୋଇ ଇଞ୍ଜିନିୟରିଂ କଲେଜର ଛାତ ଉପରୁ ଡେଇଁ ପିଅନ ମୃତ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜର ଛାତ ଉପରୁ ଡେଇଁ ପଡିଲେ କଲେଜ ପିଅନ। ବିଳମ୍ବିତ ରାତରେ ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ):ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜର ଛାତ ଉପରୁ ଡେଇଁ ପଡିଲେ କଲେଜ ପିଅନ। ବିଳମ୍ବିତ ରାତରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚନ୍ଦକା ପୋଲିସର ଛାନଭିନ ଜାରି ରହିଛି । ମୃତକ ହେଲେ ଚିନ୍ମୟ ମହାନ୍ତି ଓରଫ ବଳିଆ । ଘର ଢ଼େଙ୍କାନାଳ ଗଁଦିଆ ଅଞ୍ଚଳରେ । ମୃତକଙ୍କ ବାପା ମଧ୍ୟ ଉକ୍ତ ଇଞ୍ଜିନିଅରିଂ କଲେଜରେ ଡ୍ରାଇଭର ଭବେ କାମ କରନ୍ତି।ବାପା, ମା ଓ ଚିନ୍ମୟ ସେହି କଲେଜରେ ରୁହନ୍ତି।

ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ଚନ୍ଦକା ପୋଲିସ । ସେପଟେ କଲେଜରେ ପିଅନଙ୍କ ମୃତ୍ୟୁକୁ ନେଇ ଅନ୍ୟ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କୁ ପଚରା ଉଚୁରା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.