Below header

ଚୋରଙ୍କ ପାଇଁ ଖୁସି ଖବର, ଚାକିରି ସହ ଘଣ୍ଟା ପ୍ରତି ମିଳିବ ୪୫୦୦ ଟଙ୍କା !

ନୂଆଦିଲ୍ଲୀ: ଦିନକୁ ଦୁନିଆରେ ଜନସଂଖ୍ୟା ଏକ ବଡ଼ ସମସ୍ୟା ପାଲଟିବା ସହ ମୁଖ୍ୟ କାରଣ। କିନ୍ତୁ ଖାଲି ଜନସଂଖ୍ୟା ନୁହଁ ବରଂ ବେକାରୀ ସମସ୍ୟା ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଯାହା ପାଇଁ କିଛି ବ୍ୟକ୍ତି ଉପାୟଶୂନ୍ୟ ହୋଇ ଚୋରି କରିବା ଆରମ୍ଭ କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଚୋରି ଏବଂ ଚୋରଙ୍କ ସଂଖ୍ୟା ଉପରେ ପୂର୍ଣ୍ଣଛେଦ ଲଗାଇବା ପାଇଁ ଆରମ୍ଭ କରାଯାଇଛି ଏକ ନୂତନ ପନ୍ଥା। ଆଜ୍ଞା ଏକ ସଂସ୍ଥା ଚୋରଙ୍କୁ ରୋଜଗାର ଦେବା ସହ ତାଙ୍କୁ ବେତନ ଦେବା ନେଇ ଘୋଷଣା କରିଛି। ଏଥିରେ ସାଲାରି ମାସକୁ ନୁହେଁ ବରଂ ପ୍ରତି ଘଣ୍ଟା ହିସାବରେ ୪୫୦୦ଟଙ୍କା ମିଳିବ।

ଏହା ଦ୍ବାରା ଚୋରଙ୍କ ମନରେ ରୋଜଗାରର ଭାବନା ଯାତ ହେବା ସହ ସେମାନେ ଚୋରିର ରାସ୍ତା ଛାଡ଼ିବେ ବୋଲି ଜଣାପଡ଼ିଛି। ଏହା ଛଡ଼ା ବେକାରୀ ମାନଙ୍କୁ ମଧ୍ୟ ରୋଜଗାରର ଏକ ପନ୍ଥା ମିଳିବ ବୋଲି କୁହାଯାଉଛି। ଆସନ୍ତୁ ଜାଣିବା କେଉଁଠି ଆରମ୍ଭ ହୋଇଛି ଏହି ଅଭିନବ ପନ୍ଥା।

heists1

ଏହି ଅଭିନବ ଚାକିରି ଉପାୟ ଇଂଲଣ୍ଡର ଏକ ଡ଼୍ରେସ ସୋ ରୁମ ମାଲିକ ଆରମ୍ଭ କରିଛନ୍ତି। ଶୋ ରୁମର ମାଲିକାଣୀଙ୍କ ସୂଚନା ଅନୁଯାୟୀ, ସେ ନିକଟରେ ଏକ ଚାକିରୀ ୱେବସାଇଟରେ ଏନେି ବିଜ୍ଞାପନ ଦେବାଥିଲେ। ଏପରି କରିବା ପଛର କାରଣ ସେ କହିଛନ୍ତି,କିଛି ଦିନ ହେବ ସେ ତାଙ୍କ ଦୋକାନରେ ହେଉଥିବା ଚୋରିକୁ ନେଇ ଖୁବ ଚିନ୍ତିତ ଥିଲେ। ଅନେକ ସୁରକ୍ଷା ପରେ ମଧ୍ୟ ତାଙ୍କ ଦୋକାନରେ ଚୋରି ହେଉଥିଲା।

ଏଣୁ ସେ ଏହି ପରି ଅଭିନବ ଚୋରଙ୍କ ପାଇଁ ଅଭିନବ ରୋଜଗାରର ଉପାୟ କହିଛନ୍ତି। ସେ ଚୋରଙ୍କୁ ନିଯୁକ୍ତି ଦେବା ପରେ ପ୍ରଥମେ ତାଙ୍କୁ ଚୋରି କରିବା ପାଇଁ କହିବେ ଏବଂ ପରେ ତାଙ୍କଠାରୁ ଚୋରିର ଉପାୟ ଶିଖିବେ ବୋଲି କହିଥିଲେ। ଯାହା ପରେ ସେ ତାହାର ସମାଧାନ ବିଷୟରେ ଚିନ୍ତା କରିବେ। ମହିଳାଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ମହିଳାଙ୍କୁ ଅନେକ ଲୋକପ୍ରିୟତା ମିଳୁଥିବା ଦେଖାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.