ବିବାହ କଲେ ଜୋର୍ଡାନ ରାଜାଙ୍କ ବଡ଼ଝିଅ ଇମାନ, ଜାଣନ୍ତୁ କିଏ ଏହି ରାଜକୁମାରୀଙ୍କ ପ୍ରିନ୍ସ

ଜୋର୍ଡାନର ରାଜକୁମାରୀ ଇମାନ ଜମିଲ ଆଲେକ୍ସଜାଣ୍ଡାର୍ ଥର୍ମିୟୋଟିସ୍‌ଙ୍କୁ ବିବାହ କରିଛନ୍ତି। ଅମ୍ମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଛି। ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ହିଁ ନିମନ୍ତ୍ରଣ କରାଯାଇଥିଲା।

ଜୋର୍ଡାନର ରାଜକୁମାରୀ ଇମାନ ଜମିଲ ଆଲେକ୍ସଜାଣ୍ଡାର୍ ଥର୍ମିୟୋଟିସ୍‌ଙ୍କୁ ବିବାହ କରିଛନ୍ତି। ଅମ୍ମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ହିଁ ନିମନ୍ତ୍ରଣ କରାଯାଇଥିଲା। ରାଜକୁମାରୀ ଇମାନ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ।

ଜୋର୍ଡାନର ରାଣୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି କି, ସେ ନିଜ ଝିଅର ବେଲ୍ଟ ସଜାଡ଼ୁଛନ୍ତି। ଏହି ବେଲ୍ଟ ଗୋଲ୍ଡେନ କଲର୍‌ର ନଜର ଆସୁଛି। ଫଟୋରେ ଦେଖାଯାଇ ପାରିବ ଯେ ରାଣୀ ନିଜେ ଅତି ସାଧାରଣ ପୋଷାକ ପିନ୍ଧିଛନ୍ତି। ଏହି ପୋଷାକରେ ରାଜକୁମାରୀ ଇମାନ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଫଟୋ ପୋଷ୍ଟ କରି ରାଣୀ କ୍ୟାପସନ ଲେଖିଛନ୍ତି କି, ‘ଆଜି ରାତିରେ ଇମାନର ମେହେନ୍ଦୀ ପାର୍ଟି ପୂର୍ବରୁ ଶେଷ ସ୍ପର୍ଶ’। କହି ରଖୁଛୁ, ରାଜକୁମାରୀ ଇମାନ ଓ ତାଙ୍କ ପ୍ରେମିକ ଜମିଲ ଆଲେକ୍ସଜାଣ୍ଡାର୍ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ରାଜକୁମାରୀ ଇମାନଙ୍କ ସ୍ୱାମୀଙ୍କ ନାମ ଜମିଲ ଆଲେକ୍ସଜାଣ୍ଡାର୍ ଥର୍ମିୟୋଟିସ୍‌, ଯିଏକି, ନ୍ୟୁୟର୍କରେ ଜଣେ ଫାଇନାନ୍ସସର। ରାଜକୁମାରୀ ଇମାନଙ୍କ ପୂରା ନାମ ଇମାନ ବିନ୍ତ ଅବଦୁଲ୍ଲା। ତାଙ୍କର ତିନି ଭାଇଭଉଣୀ ଅଛନ୍ତି।

 

View this post on Instagram

 

A post shared by Queen Rania Al Abdullah (@queenrania)

 

View this post on Instagram

 

A post shared by Queen Rania Al Abdullah (@queenrania)

Leave A Reply

Your email address will not be published.