ଭୁବନେଶ୍ୱରକୁ ୧୬ ତମ ଗନ୍ତବ୍ୟ ସ୍ଥଳ ଭାବେ ଯୋଡିଲା ‘ଆକାଶ ଏୟାର ଲାଇନ’ ଏବେ ସିଧା ଏହିଠାରୁ ଉଡାଣ ଭରିବ

ଏହି ବିମାନ ପୁନେ-ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ୧୭ ଏପ୍ରିଲ ୨୦୨୩ରୁ ସମୁଦାୟ ୧୪ଟି ସାପ୍ତାହିକ ବିମାନ ଚଳାଚଳ କରିବ। mଓଡିଶାରେ ଏହି ଆକାଶ ଏୟାରଲାଇନ୍ସ ତାର କାଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଜୋରଦାରରେ ଲାଗି ପଡିଛି।

ଚେନ୍ନାଇ: ଭାରତର ନୂତନ ବିମାନ କମ୍ପାନୀ ଆକାଶ ଏୟାର ଲାଇନ ଏହାର ଦ୍ରୁତଗତିରେ  ବଢୁଥିବା  ନେଟୱାର୍କରେ ଭୁବନେଶ୍ୱରକୁ ୧୬ ତମ ଗନ୍ତବ୍ୟ ସ୍ଥଳ ଭାବରେ ଯୋଡିବାକୁ ଘୋଷଣା କରିଛି। ଏହି ବିମାନ ପୁନେ-ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ-ଭୁବନେଶ୍ୱର ମଧ୍ୟରେ ୧୭ ଏପ୍ରିଲ ୨୦୨୩ରୁ ସମୁଦାୟ ୧୪ଟି ସାପ୍ତାହିକ ବିମାନ ଚଳାଚଳ କରିବ।

ଓଡିଶାରେ ଏହି ଆକାଶ ଏୟାରଲାଇନ୍ସ ତାର କାଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଜୋରଦାରରେ ଲାଗି ପଡିଛି। ଏକ ଶକ୍ତିଶାଳୀ ଜାତୀୟ  ଏୟାର ଲାଇନ୍ସ ପ୍ରତିଷ୍ଠା କରି ମେଟ୍ରୋରୁ ଦ୍ୱିତୀୟ ଏବଂ ୩ୟ ସହର ପର୍ଯ୍ୟନ୍ତ ସଂଯୋଗ ଯୋଗାଇ ବାୟୁ ଯାତ୍ରା ସୁବିଧାକୁ ସୁଦୃଢ କରିବା ପାଇଁ ଏହା  ଆକାଶ ଏୟାର ଲାଇନ୍ସ ନିରନ୍ତର ପ୍ରୟାସ ଜାରି ରଖିଛି।

ଏହି ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇ ଆକାଶ ଏୟାରର  ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ବାଣିଜ୍ୟିକ ଅଧିକାରୀ “ଦେଶର ଦ୍ରୁତତମ ବୃଦ୍ଧି ପାଉଥିବା ବିମାନ ସେବା ଭାବରେ ଆମେ ଭୁବନେଶ୍ୱରକୁ ଆମର କ୍ରମାଗତ ନେଟୱାର୍କରେ ସାମିଲ କରି ଆନନ୍ଦିତ ହୋଇ ଓଡ଼ିଶାରେ ପହଞ୍ଚିଛୁ। ପ୍ରାଚୀନ ମନ୍ଦିର ଏବଂ ସମୃଦ୍ଧ ସ୍ଥାପତ୍ୟରେ ଏକ ଶକ୍ତିଶାଳୀ ସାଂସ୍କୃତିକ  ଐତିହ୍ୟ ସହିତ ଭୁବନେଶ୍ୱର ଏକ ସୁନ୍ଦର ସବୁଜ ଏବଂ ନିର୍ମଳ ସହର।ବେଙ୍ଗାଲୁରୁ ଏବଂ ପୁନେ ଭଳି ପ୍ରମୁଖ ସହରଗୁଡିକରେ ସୁଲଭ ମୂଲ୍ୟରେ ଭଡା ସଂଯୋଗ ରହିବ। ଐତିହାସିକ ସହର ପାଇଁ ଭ୍ରମଣ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଆମେ ଦେଶର ବିମାନ ମାନଚିତ୍ରରେ ଅଧିକ ଗନ୍ତବ୍ୟ ସ୍ଥଳ ଯୋଡିବାକୁ ଅପେକ୍ଷା କରିଛୁ। ”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.