Below header

ଟ୍ରେନରୁ ଖସି ହେଲା ପୁଅର ମୃତ୍ୟୁ, ଦୁଃଖ ନସମ୍ଭାଳି ବାପା-ମା ମଧ୍ୟ …

ବେଙ୍ଗାଲୁରୁ (କେନ୍ୟୁଜ) : ପୁଅ ବାହର ରାଜ୍ୟରେ ଚାକିରି କରିଛି । ତେବେ ପୁଅ ପାଖକୁ ବୁଲିବା ପାଇଁ ଆସିଥିଲେ ବାପା-ମା । ହେଲେ ବିଦାୟ ସମୟରେ ପୁଅ ଉପରେ ଟ୍ରେନ ଚଢିଯିବାରୁ ପୁଅର ମୃତ୍ୟୁ ହୋଇଥିଲା । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବେଙ୍ଗାଲୁରୁରେ । ସିଲିକନ ସିଟିର ଓ୍ଵିପ୍ରୋ କମ୍ପାନୀରେ ଇଞ୍ଜିନିୟର ଭାବେ କାର‌୍ୟ୍ୟରତ ଥିଲେ ବିକ୍ରମ ବିଜୟନ। ଦୀର୍ଘ ଦିନ ହେବ ସେ ସେଠାରେ କାର‌୍ୟ୍ୟ କରିଆସୁଥିଲେ । କିନ୍ତୁ କିଏ ଜାଣିଥିଲା ପିତା ମାତାଙ୍କ ସହ ଦେଖା ତାଙ୍କ ଶେଷ ଦେଖାରେ ପରିଣତ ହୋଇଯିବ।

vikram-vijayan

ଘଟଣାନୁଯାୟୀ, କଛିଦିନ ତଳେ ବିକ୍ରମ ବିଜୟନଙ୍କ ବାପା-ମା ବେଙ୍ଗାଲୁରୁ ପୁଅ ପାଖକୁ ବୁଲିବାକୁ ଆସିଥିଲେ । ହସ ଖୁସିରେ କିଛି ଦିନ ବୁଲା ବୁଲି କରିବା ପରେ ବାପା-ମାଙ୍କର ବିଦାୟ ସମୟ ଆସିଥିଲା । ପୁଅ ସେମାନଙ୍କୁ ଟ୍ରେନ ଟିକେଟ କରିବା ସହ

ଯଶଓ୍ଵନ୍ତପୁର କନ୍ନୁର ଏକ୍ସପ୍ରେସରେ ବିଦା କରିବାକୁ ଯାଇଥିଲା । ଷ୍ଟେସନରେ ଟ୍ରେନ ସିଟରେ ବସାଇବାକୁ ଟ୍ରେନ ବଗିରେ ଥିଲା ବିକ୍ରମ । ହଠାତ୍ ଟ୍ରେନ୍ ଛାଡି ଦେବାରୁ ସେ ଟ୍ରେନରୁ ଡେଇଁ ପଡିବାରୁ ଧାରଣା ଉପରେ ପଡ଼ି ଯାଇଥିଲା ଏବଂ ଟ୍ରେନ ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ବିକ୍ରମଙ୍କର ମୃତ୍ୟୁ ହୋଇଥିଲା ।

vikram

ପୁଅର ଏ ଅବସ୍ଥା ଦେଖି ବାପା-ମା କିଛି ନବୁଝି ନବିଚାରି ଟ୍ରେନରୁ ଡେଇଁ ପଡିଥିଲେ । ଫଳରେ ସପରିବାର ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ରେଲୱେ ପୁଲିସ ଅଧିକାରୀ କହିଛନ୍ତି, ବିକ୍ରମ ଟ୍ରେନଟି ଯେଉଁ ଦିଗ ଦେଇ ଯାଉଥିଲା ତାର ବିପରୀତ ଦିଗକୁ ଡେଇଁ ପଡିବାରୁ ତାଙ୍କ ଗୋଡ,ମୁଣ୍ଡ ଏବଂ ହାତ ତାଙ୍କ ଶରୀରରୁ ଅଲଗା ହୋଇଯାଇଥିଲା । ଅପରପକ୍ଷରେ ବାପା-ମା ଟ୍ରେନରୁ ଡେଇଁ ପଡିବାରୁ ସେମାନେ ଗୁରୁତର ହୋଇଯାଇଥିଲେ । ଘଟଣାସ୍ଥଳରେ ଯାତ୍ରୀ ଟ୍ରେନର ଚେନ୍ ଟାଣି ଅଟକି ସେଠାରେ ଗୁରୁତରମାନଙ୍କୁ ଡାକ୍ତରଖାନା ନେବା ସହ ରେଲୱେ ପୁଲିସକୁ ଏ ସମ୍ବନ୍ଧୀୟ ସୂଚନା ଦେଇଥିଲେ ।

ରିପୋର୍ଟ-ଗୋବିନ୍ଦ ବାରିକ, ବେଙ୍ଗାଲୁରୁ, କେ ନ୍ୟୁଜ୍‌

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.