Below header

କଶ୍ମୀର ଯୁବକ ବରଫରେ ତିଆରି କଲେ ସ୍ପୋର୍ଟସ୍‌ କାର୍‌! ଦୂର ଦୂରାନ୍ତରୁ ସେଲ୍ଫି ନେବାକୁ ଆସୁଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

ଜମ୍ମୁ କଶ୍ମୀରରେ ଏବେ ଭୀଷଣ ଥଣ୍ଡା ଜାରି ରହିଛି। ରାସ୍ତା ସାରା ବରଫ ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଜୁବେର୍‌ ଅହମ୍ମଦ ନାମକ ଯୁବକ ବରଫରେ କମାଲ କରି ଦେଖାଇଛନ୍ତି। ବଡଗାମ୍‌ର ଜୁବେର୍‌ କହିଛନ୍ତି ଯେ ସେ ନିଜ ଦକ୍ଷତା ବଳରେ ଏହି ବରଫକୁ ଖୋଦେଇ କରି ସେଥିରେ କଳାକୃତି କରିଛନ୍ତି। ବରଫରେ ସେ ଏକ ସ୍ପୋର୍ଟସ୍‌ କାର୍‌ ତିଆରି କରିଛନ୍ତି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବରଫର କାର୍‌ ସମସ୍ତଙ୍କୁ ଆକର୍ଷିତ କରୁଛି। ୨ ଦିନ ଭିତରେ ଜୁବେର୍‌ ଏହି ବରଫ କାର୍‌ ତିଆରି କରିଛନ୍ତି।

o0

ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜୁବେର୍‌ ତିଆରି କରିଥିବା କାର୍‌କୁ ଶେଷ ସ୍ପର୍ଶ ଦେଉଛନ୍ତି। ସେ ଏହା ଉପରେ କିଛି ରଙ୍ଗ ଲଗାଇଛନ୍ତି ଏବଂ ଖୁବ୍‌ ଡିଜାଇନ୍‌ ମଧ୍ୟ କରିଛନ୍ତି।

ଦୂର ଦୂରରୁ ସେଲ୍ଫି ନେବାକୁ ଆସୁଛନ୍ତି ଲୋକେ

ଏବେ ଏହି କାର୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଦୂର ଦୂରାନ୍ତରୁ ଲୋକେ ଆସି କାର୍‌ ପାଖରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ଜୁବେର୍‌ କହିଛନ୍ତି।

ଆଇସ୍‌ ଆର୍ଟିଷ୍ଟ ହେବାକୁ ଚାହୁଁଛନ୍ତି ଜୁବେର୍‌

ଜୁବେର୍‌ ଆଇସ୍‌ ଆର୍ଟିଷ୍ଟ୍‍ ହେବାକୁ ଚାହୁଁଛନ୍ତି। ଏହାପୂର୍ବରୁ ସେ ବରଫରେ ହେଲିକାପ୍ଟର, ଭାଲୁ, ବାଇକ୍‌, ଟ୍ରେନ୍‌ ଭଳି କଳାକୃତି କରି ଲୋକଙ୍କଠାରୁ ଢେର୍‌ ସାରା ପ୍ରଶଂସା ସାଉଁଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.