ଗୁପ୍‌ଚୁପ୍‌ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ, ଜାଣନ୍ତୁ କ’ଣ ପାଇଁ

ଏହି ସ୍ଥାନରେ ହଇଜା ହେଉଥିବାରୁ ଗୁପଚୁପକୁ ବନ୍ଦ କରିଦିଆଯାଇଛି। ସହରରେ ଗୁପଚୁପ୍‌ ବିକ୍ରି ଏବଂ ଡିଷ୍ଟ୍ରିବ୍ୟୁସନ ପାଇଁ ରୋକ୍‌ ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସହରର ପ୍ରଶାସନ କହିଛି କି, ଗୁପଚୁପରେ ବ୍ୟବହାର ହେଉଥିବା ପାଣିରେ ହଇଜା ବ୍ୟାକ୍ଟେରିଆ ସଂକ୍ରମଣ ହେଉଛନ୍ତି।

ପୋଲିସ ମୁଖ୍ୟ ସୀତାରାମ ହଚେଥୁଙ୍କ କହିବାନୁସାରେ, ସହରରେ ଭିଡ ଅଞ୍ଚଳରେ ଏବଂ ପ୍ରାନ୍ତୀୟ ଅଞ୍ଚଳରେ ଚୁପଚୁପ୍‌ ବିକ୍ରି ଉପରେ ରୋକ୍‌ ଲଗାଇବା ପାଇଁ ପ୍ରସ୍ତୁତି ସରିଛି। ଘାଟିରେ ହଇଜା ସଂକ୍ରମଣ ବୃଦ୍ଧି ପାଇବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ମନ୍ତ୍ରଣାଳୟ ଅନୁସାରେ, କାଠମାଣ୍ଡୁ ଘାଟିରେ ୧୨ ଜଣ ଲୋକ ହଇଜାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି କାଠମାଣ୍ଡୁ ସହରରେ ୫, ଚନ୍ଦ୍ରଗିରି ନଗର ପାଳିକାରେ ଜଣେ ଏବଂ ବନ୍ଧୁନିଳକାଣ୍ଠ ନଗରରେ ଜଣେ ସଂକ୍ରମିତ ହୋଇଥିବା ଖବର ମିଳିଛି। ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

gupchup

ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କ ଠାରେ କିଛି ଲକ୍ଷଣର ଅନୁଭବ ରହିଛି, ସେମାନେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଡାଇରିଆ ଏବଂ ହଇଜା ଏବଂ ଅଜ୍ୟ ଜଳଜନିତ ରୋଗକୁ ବିଶେଷ ଭାବେ ବର୍ଷା ଦିନରେ ସଂକ୍ରମିତ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.