ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ୍ ତାପରେ ମିଳିଲା ଧୋକା, ଏବେ ପ୍ରେମିକଙ୍କ ଘର ଆଗରେ ଧାରଣାରେ ଯୁବତୀ

ମାହାଙ୍ଗା(କେନ୍ୟୁଜ): ପ୍ରେମରେ ପ୍ରତାରଣା। ବିବାହର ପ୍ରଲୋଭନ ଦେଖାଇ ଲିଭ୍ ଇନ୍ ରିଲେସନ, ଭିଡିଓକଲ, ଅଡିଓକଲ ସହ 80ହଜାର ଟଙ୍କା ଧାର ନେବାପରେ ଯୁବତୀ ଜଣଙ୍କୁ ଯୁବକ କଲା ପ୍ରତାରଣା । ବିବାହର ପ୍ରତିଶୃତି ଦେଇ ଜୈନିକା ଯୁବତୀଙ୍କ ସର୍ବସ୍ୱ ନେବାପରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା ଜାଣି ଯୁବତୀ ଜଣକ ତାଙ୍କ ଘର ସମ୍ମୁଖରେ  ଧାରଣା ଦେଇଥିଲେ।

ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ହେଲେ କେନ୍ଦ୍ରାପଡା ଥାନା ଅଂଚଳର। ଯୁବକ ଜଣକ ହେଲେ କଟକଜିଲ୍ଲା ମାହାଙ୍ଗା ଥାନା ଡିହିଗୋପ ଗ୍ରାମର ଅର୍ଜୁନି ପ୍ରଧାନଙ୍କ ପୁତ୍ର ବିଜୟ ପ୍ରଧାନ। ଉଭୟ ଭୁବନେଶ୍ୱରରେ ରହୁଥିବାବେଳେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ଗୋଟିଏ ଘରେ ଲିଭ୍ ଇନ୍ ରିଲେସନରେ ରହିବା ପରେ ଯୁବକ ଜଣକ ଯୁବତୀଙ୍କୁ ପ୍ରତାରଣା କରିଥିଲା। ଏ ନେଇ ଉଭୟ ଭୁବନେଶ୍ୱରରେ ରହୁଥିବାବେଳେ ହିଁ ଯୁବତୀ ଜଣକ ଯୁବକଙ୍କ ନାମରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

man

ତେବେ ପୋଲିସ କୌଣସି କାର୍ଯ୍ଯନୁଷ୍ଠାନ ଗ୍ରହଣ ନକରିବାରୁ ଯୁବତୀ ଜଣକ ଆଜି ଯୁବକଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ଡିହିଗୋପ ଗାଁରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାପରେ ଘର ଲୋକେ ତାଲା ପକାଇ ଫେରାର ହୋଇଯାଇଥିଲେ। ଯାହାଦ୍ବାରା ଶେଷରେ ନିରାଶ ହୋଇ ଯୁବତୀ ଜଣକୁ ଫେରିବାକୁ ପଡିଥିଲା। ଯୁବତୀ ଜଣକ ନିରାଶ ହେବାପରେ ବିବାହ କରିବା ପାଇଁ ଜିଦରେ ଅଟଳ। ଏପଟେ ସମ୍ପୃକ୍ତ ଯୁବକଙ୍କୁ ଯୋଗାଯୋଗ କରିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.