ଜାତୀୟ ସ୍ତରର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ଓଡିଆ କୁନି କଳାକାରଙ୍କ ବଡ ସଫଳତା, ଯାଜପୁରର ପ୍ରିୟଦର୍ଶିନୀ ଶ୍ରେଷ୍ଠ ନାୟିକା ଭାବେ ପୁରସ୍କୃତ

ଯାଜପୁର ଟାଉନ୍(କେନ୍ୟୁଜ): ଜାତୀୟ ସ୍ତରର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ଓଡିଆ କୁନି କଳାକାରଙ୍କ ବଡ ସଫଳତା । ଜାତୀୟ ସଡକ ସୁରକ୍ଷା ସଂପର୍କିତ କ୍ଷୁଦ୍ର ଚଳଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ନାୟିକା ଭାବେ ପୁରସ୍କୃତ ହୋଇଛନ୍ତି ଯାଜପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ଆହ୍ୱାନ”ର ଶିଶୁ କଳାକାର ଏନ ପ୍ରିୟଦର୍ଶିନୀ ସାହୁ । ତାଙ୍କୁ ଶ୍ରେଷ୍ଠ ନାୟିକା ଭାବେ ଟ୍ରଫି ଓ ମାନପତ୍ର ସହିତ ନଗଦ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏନ ପ୍ରିୟଦର୍ଶିନୀଙ୍କୁ ଏହି ପୁରସ୍କାର ମିଳିବାରେ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

ଜାତୀୟ ସ୍ତରର କ୍ଷୁଦ୍ର ଚଳଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ନାୟିକା ଭାବେ ପୁରସ୍କୃତ ହୋଇଛନ୍ତି  ଯାଜପୁର ଗୋଖନା ଗାଁର କୁନି କଳାକାର ଏନ ପ୍ରିୟଦର୍ଶିନି ସାହୁ । ଜାତୀୟ ସଡକ ସୁରକ୍ଷା ବିଷୟ ବସ୍ତୁ ସଂପର୍କିତ କ୍ଷୁଦ୍ର ଚଳିଚିତ୍ର “ଥ୍ୟାଙ୍କ ୟୁ ବାବା” ରେ ନିଖୁଣ ଅଭିନୟ କରି ଏହି ପୁରସ୍କାର ହାତେଇଛନ୍ତି ଏନ ପ୍ରିୟଦର୍ଶିନୀ । ନାଟ୍ୟ ଅନୁଷ୍ଠାନ ଆହ୍ୱାନ ପ୍ରଯୋଜିତ ଏହି କ୍ଷୁଦ୍ର ଚଳଚିତ୍ର ଟି ଦେଶର ଶ୍ରେଷ୍ଠ ୪୨ ଟି କ୍ଷୁଦ୍ର ଚଳଚିତ୍ର ଭିତରେ ସ୍ଥାନ ପାଇଥିଲା । ପୁରୀ ଠାରେ ରାଜ୍ୟ ସଡକ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ କ୍ଷୁଦ୍ର ଚଳଚିତ୍ର ପ୍ରତିଯୋଗୀତା ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରିୟଦର୍ଶିନୀଙ୍କ ବାପା ବିଶ୍ୱଜିତ ସାହୁ ।

awardସଡକ ସୁରକ୍ଷା ସଂପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ରାଜ୍ୟ ସଡକ ଓ ପରିବହନ ବିଭାଗ ପକ୍ଷରୁ ଏପରି ୨ ମିନିଟ ର କ୍ଷୁଦ୍ର ଚଳଚିତ୍ର ଆହ୍ୱାନ କରାଯାଇଥିଲା । ଯେଉଁଥିରେ ଓଡିଶା ସମେତ ଛତିଶଗଡ,ତାମିଲନାଡୁ,ପଶ୍ଚିମ ବଙ୍ଗ,ଆନ୍ଧ୍ର ପ୍ରଦେଶ ସମେତ ୮ ଟି ରାଜ୍ୟରୁ ୨୩୦ ଟି ସିନେମା କୁ ପ୍ରତିଯୋଗୀତାରେ ସାମିଲ କରାଯାଇଥିଲା । ସେଥିମଧ୍ୟରୁ ୪୨ ଟି ସିନେମା ପ୍ରଥମ ପର୍ଯ୍ୟାୟରେ ସର୍ଟ ଲିଷ୍ଟ ହେବା ପରେ ୩ ଟି ଓଡିଆ ଓ ୩ଟି ଅଣଓଡିଆ ଚଳଚିତ୍ରକୁ ଫାଇନାଲ ରାଉଣ୍ଡକୁ ଯାଇଥିଲା । ଏନ ପ୍ରିୟଦର୍ଶିନୀଙ୍କୁ ଏଭଳି ପୁରସ୍କାର ମିଳିବା ଘଟଣା ଜଣାପଡିବା ପରେ ବିଭିନ୍ନ ଅନୁଷ୍ଠାନ ଓ କଳାକାର ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତୋରତର କାମନା କରାଯାଇଛି ।

ସେହିଭଳି ପ୍ରିୟଦର୍ଶିନୀ ଏବେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦୀରର ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ପୂର୍ବରୁ ଆହ୍ୱାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ନାଟକରେ ପ୍ରିୟଦର୍ଶିନୀ ଅଭିନୟ କରିଥିବା ବେଳେ ଏଭଳି ପୁରସ୍କାର ପାଇବା ପରେ ଆଗକୁ ଜଣେ ପ୍ରତିଷ୍ଠିତ କଳାକାର ହୋଇପାରିବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.