କେରଳରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ ଆସିଲା ଆଉ ଏକ ସତ! ଜାଣନ୍ତୁ କ’ଣ କହିଲେ ବନ କର୍ମଚାରୀ

କେରଳ: ଏକ ଜିପ୍‌ରେ ଯାଉଥିଲେ ବାପା, ମାଆ ଓ ବର୍ଷକର ପୁଅ । ରାତିରେ ଯାଉଥିବା ବେଳେ କେରଳର ଏରାଭିକୁଲମ୍ ନେସ୍‌ନାଲ ପାର୍କ ନିକଟରେ ଜିପ୍‌ରୁ ପିଲାଟି ପଡ଼ିଯାଇଥିଲା । ବର୍ଷକର ରୋହିତ୍ ପଡ଼ିଯାଇଥିବା ବାପା ମାଆ ଜାଣିପାରିନଥିଲେ । ଜଙ୍ଗଲ ନିକଟ ଅଞ୍ଚଳ ହୋଇଥିବାରୁ ରାସ୍ତାଟି ଅନ୍ଧାର ଥିଲା । ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ଏକ ଲାଇଟ୍ ପୋଷ୍ଟ ପାଖକୁ ଯାଇଥିଲା । ପରେ ବନ ବିଭାଗ କର୍ମଚାରୀ ପିଲାକୁ ଉଦ୍ଧାର କରିଥିଲେ ।

bebyଗତ ସେପ୍ଟେମ୍ବର ୮ ତାରିଖରେ ଏହି ଭିଜୁଆଲ ଭାଇରାଲ ହୋଇଥିଲା । ଏବେ ଘଟଣାରେ ଆସିଛି କୌତୁକିଆ ତଥ୍ୟ । ପିଲାଟି ପଡ଼ିଯିବା ପରେ ଦେଖିଥିଲେ ବନ ବିଭାଗ କର୍ମଚାରୀ । ହେଲେ ଭୂତ ବୋଲି ଭାବି ପିଲା ପାଖକୁ ଯାଇନଥିଲେ । କାରଣ ପିଲାଟି ଦେହରେ କୌଣସି ପୋଷାକ ନଥିଲା । ପିଲାଟି ଲଣ୍ଡା ମଧ୍ୟ ହୋଇଥିଲା । ତେଣୁ ଭୂତ ବୋଲି ପ୍ରଥମେ ପିଲା ପାଖକୁ ଯାଇନଥିଲେ ବନ ବିଭାଗ କର୍ମଚାରୀ । ସେହି ବାଟ ଦେଇ ଯାଉଥିବା ଏକ ଅଟୋ ପିଲାଟିକୁ ଦେଖି ଅଟକିଥିଲା । ପରେ ଦୁଇ ଜଣ ବନ ବିଭାଗ କର୍ମଚାରୀ ଆସି ପିଲାକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.