Below header

କଳା ଯାଦୁର ବର୍ବରତା : ଦୁଷ୍କର୍ମ ପରେ କରୁଥିଲା ହତ୍ୟା, ମହିଳାଙ୍କୁ କଷ୍ଟ ପାଉଥିବା ଦେଖି ଖୁସି ହେଉଥିଲା ସାଇକୋ ରେପିଷ୍ଟ

ତିରୁଓ୍ଵନନ୍ତପୁରମ୍‌ : ଚାଲାକ ତାନ୍ତ୍ରିକ ପ୍ରଥମେ ନିଜେ ମହିଳା ହୋଇ ସୋସିଆଲ ମିଡିଆରେ ଶିକାର ଖୋଜୁଥିଲା । ପରେ ତାର ଶିକାରକୁ ନରବଳି ଭାବରେ ବ୍ୟବହାର କରୁଥିଲା । ନରବଳି ଦେବା ପୂର୍ବରୁ ସେ ତାକୁ ଦୁଷ୍କର୍ମ କରୁଥିଲା । ଏପରି ଲୋମହର୍ଷଣକାରୀ ବାସ୍ତବ କଥା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣଙ୍କ ରୋମ ବି ଟାଙ୍କୁରୀ ହୋଇଯିବ ।

କେରଳର କୋଚି ଠାରେ ନରବଳି ମାମଲାରେ ଏକ ନୂଆ ମୋଡ ନେଇଛି । ଏହି ମାମଲାରେ ଉକ୍ତ ଅଭିଯୁକ୍ତମାନେ କେବଳ ନରବଳି ଦେଉନଥିଲେ । ମହିଳାଙ୍କୁ ଦୁଷ୍କର୍ମର ଶିକାର କରୁଥିଲା ଓ ପରେ ତାଙ୍କୁ କଷ୍ଟ ଦେଇ ମାରୁଥିଲା ଏହି ମାନସିକ ପୀଡିତ ଦୁଷ୍କର୍ମକାରୀ (ସାଇକୋ ରେପିଷ୍ଟ) । ଅଭିଯୋଗ ଅନୁଯାୟୀ, ଥରେ ତ ଜଣେ ୭୫ ବର୍ଷର ମହିଳାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲେ । କେରଳର ଏହି ଘଟଣା କେବଳ ନରବଳିରେ ସୀମିତ ରହିଥିଲା । ହେଲେ ଏବେ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁଯାୟୀ-

ସାଇକୋ ରେପିଷ୍ଟ ଥିଲା ତାନ୍ତ୍ରିକ

ପ୍ରଥମେ ନକଲି ମହିଳା ହୋଇ ସୋସିଆଲ ମିଡିଆରେ ଶିକାର (ମହିଳା)ଙ୍କୁ ଖୋଜୁଥିଲା । ଯିଏ ତା’ର ଫାଶରେ ପଡିଲା ତାକୁ ଫୁସୁଲାଇ ଆଣି ପ୍ରଥମେ ଦୁଷ୍କର୍ମ କରୁଥିଲା ଓ ପରେ ନରବଳି ଦେଉଥିଲା । ଏ କେବଳ ଜଣେ ସାଧାରଣ ତାନ୍ତ୍ରିକ ନଥିଲା, ଜଣେ ସାଇକୋ ରେପିଷ୍ଟ ଥିଲା । ଏ ଥିଲା କେରଳ ନରବଳି ମାମଲାରେ ଡାକ୍ତର ଦମ୍ପତିଙ୍କ ସାଥୀ ବା ତୃତୀୟ ଅଭିଯୁକ୍ତ ତାନ୍ତ୍ରିକ ମୋହମ୍ମଦ ଶଫି ଓରଫ ରାଶିଦ । ରାଶିଦ ସର୍ବଦା ନିଜ ଠାରୁ ବଡ ବା ବୟସ୍କା ମହିଳାଙ୍କୁ ଶିକାର ବନାଉଥିଲା ।

accused
photo: aajtak.in

କେରଳ ନରବଳି ମାମଲାରେ ୩ ଅଭିଯୁକ୍ତ

ପ୍ରଥମ ଅଭିଯୁକ୍ତ : ମହମ୍ମଦ ଶଫି ବା ରାଶିଦ, ସାଇକୋ ରେପିଷ୍ଟ ଯିଏ ସର୍ବଦା ହାଇଟେକ୍‌ ତରିକାରେ ମହିଳାଙ୍କୁ ଫଶାଉଥିଲା । ରାଶିଦ ପ୍ରଥମେ ଶ୍ରୀଦେବୀ ନାମରେ ଏକ ଫେକ୍‌ ଆକାଉଣ୍ଟ ତିଆରି କରି ଏହାଦ୍ୱାରା ଲୋକଙ୍କୁ ପ୍ରଲୋଭିତ କରୁଥିଲା ।

ଦ୍ୱିତୀୟ ଅଭିଯୁକ୍ତ : ଦ୍ୱିତୀୟ ଅଭିଯୁକ୍ତ ଭଗବଳ ସିଂହ, ଜଣେ ବଇଦ ବା ନେଚରପାଥି ଓ ରାଜନୈତିକ କର୍ମୀ । ରାଶିଦ ଭଗବଳକୁ ମିଛ କାହାଣୀ କହି ଫସାଇବା ସହ ତାନ୍ତ୍ରିକ ବିଦ୍ୟାରେ ସେ ପ୍ରବୀଣ ବୋଲି ତାର ବିଶ୍ୱାସ ଜିତିଲା । ଭଗବଲ ତନ୍ତ୍ର ବିଦ୍ୟା ଉପରେ ଅନ୍ଧବିଶ୍ୱାସ ଥିବାରୁ ଟଙ୍କା ପଇସାର ଅଭାବ ଏହାଦ୍ୱାରା ମେଣ୍ଟି ଯିବ ବୋଲି ରାଶିଦ ତାକୁ କହିଥିଲା । ଫଳରେ ରାତାରାତି ଧନୀ ହେବା ଆଶାରେ ସେ ଦୁଇଟ ନରବଳି ମଧ୍ୟ ଦେଇସାରିଥିଲା ।

ତୃତୀୟ ଅଭିଯୁକ୍ତ : ତୃତୀୟ ଅଭିଯୁକ୍ତ ଥିଲା ଲୈଲା ସିଂହ, ଯେ କି ଭଗବଳର ପତ୍ନୀ ଥିଲା । ଧନ ପାଇଁ ସେ ଏତେ ପାଗଳ ଥିଲା ଯେ ରାଶିଦର ସବୁ କଥାରେ ରାଜ ହେଉଥିଲା ।

murdered female
photo: aajtak.in

ପ୍ରଥମ ଶିକାର ଥିଲା ରୋଜଲିନ

ରୋଜଲିନର ଆର୍ଥିକ ସ୍ଥିତିର ଫାଇଦା ଉଠାଥିଲା ରାଶିଦ । ତାକୁ ବ୍ଲୁ ଫିଲ୍ମରେ ରୋଲ କରାଇ ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲା । ଫଳରେ ତାକୁ ଭଗବଳର ଘରକୁ ଆଣି ସେଠାରେ ବ୍ଲୁ ଫିଲ୍ମ କରିବାର ମିଛ ରିହରସେଲ କରିଥିଲା । ସେଠାରେ ଉଭୟ ଦମ୍ପତିଙ୍କ ସାମନାରେ ରୋଜାଲିନକୁ ଦୁଷ୍କର୍ମ କରି ତାଙ୍କର ପ୍ରାଇଭେଟ ପାର୍ଟକୁ ଛୁରା ଦ୍ୱାରା କ୍ଷତବିକ୍ଷତ କରି ହତ୍ୟା କରିଥିଲା । ମହିଳା ଜଣକ କଷ୍ଟରେ ଛଟପଟ ହେଉଥିବା ବେଳେ ରାଶିଦ ଏହାର ମଜା ନେଉଥିଲା । ଏହି ଘଟଣା ଥିଲା ୮ ଜୁନର । ଟଙ୍କା ବର୍ଷିବା ଲୋଭରେ ଏହି ଦମ୍ପତି ଦ୍ୱୟ ରାଶିଦର ସବୁ କଥାରେ ରାଜ ହେଉଥିଲେ ।

ଦ୍ୱିତୀୟ ଶିକାର ଥିଲା ପଦ୍ମା

ଦ୍ୱିତୀୟ ଶିକାର ଥିଲା ପଦ୍ମା । ପଦ୍ମା ମଧ୍ୟ ବହୁତ ଗରୀବ ଥିଲା । ତାକୁ ବେଶ୍ୟା ବୃତ୍ତିର ଆଶା ଦେଇ ୧୫ ହଜାର ଟଙ୍କା ଦେବାକୁ ଲୋଭ ଦେଖାଇଥିଲା । ପଦ୍ମା ଉକ୍ତ ଦମ୍ପତିଙ୍କ ଘରେ ପହଞ୍ଚିବା ପରେ ଟଙ୍କାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଫଳରେ ଉକ୍ତ ଦମ୍ପତି ଓ ରାଶିଦ ୩ ଜଣ ମିଶି ପଦ୍ମାର ବେକକୁ ରଶିରେ ବାନ୍ଧି ଅଚେତ କରିଥିଲେ । ପରେ ରାଶିଦ ଏକ ଛୁରୀ ଦ୍ୱାରା ପଦ୍ମାର ପ୍ରାଇଭେଟ ପାର୍ଟସକୁ କାଟି ହତ୍ୟା କରିଥିଲା । ପରେ ତାର ବେକ କାଟି ତାକୁ ୫୬ ଖଣ୍ଡରେ କାଟି ଘର ପାଖରେ ପୋତି ଦେଇଥିଲା ।

murder place
photo: aajtak.in

ପତି ଭଗବଳକୁ ହତ୍ୟା କରିବାର ଚକ୍ରାନ୍ତ କରିଥିଲେ ରାଶିଦ ଓ ଲୈଲା

ଏହା ଭିତରେ ରାଶିଦ ସହ ଭଗବଳ ପତ୍ନୀ ଲୈଲାର ସମ୍ପର୍କ ବଢ଼ିଯାଇଥିଲା । ତେଣୁ ସ୍ୱାମୀ ଭଗବଳକୁ ରାସ୍ତାରୁ ହଟାଇବା ପାଇଁ ଲୈଲା ଓ ତାନ୍ତ୍ରିକ ରାଶିଦ ଚକ୍ରାନ୍ତ କରିଥିଲେ । ଭଗବଳ ମରିଯିବା ପରେ ତାନ୍ତ୍ରିକ ସହ ଲୈଲା ରହିବାର ସବୁ ବ୍ୟବସ୍ଥା କରିଥିଲେ । ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଜଣାପଡିବାରେ ଲାଗିଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ଆଉ ଦୁଇ ଜଣ ମହିଳାଙ୍କୁ ଅପହରଣ କରିବାର ଯୋଜନା ରଚିଥିଲେ ରାଶିଦ ଓ ଲୈଲା ।

କିନ୍ତୁ ତା’ପୂର୍ବରୁ ଧରାପଡିଯାଇଥିଲେ ସମସ୍ତ ଅଭିଯୁକ୍ତ । ରାଶିଦ ଥିଲା ଜଣେ ପେଶାଦାର ହତ୍ୟାକାରୀ ଓ ସାଇକୋ ରେପିଷ୍ଟ । ଘରଲୋକେ ତାକୁ ୧୬ ବର୍ଷ ବୟସରୁ ଘରୁ କାଢ଼ି ଦେଇଥିଲେ । ଫଳରେ ସେ ଏଣେତେଣେ ହତାଶ ହୋଇ ବୁଲିବା ପରେ କଳାଯାଦୁ, ତନ୍ତ୍ର ଓ ହତ୍ୟା ଭଳି ବର୍ବରାତକୁ ଆଦରି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.