Below header

ଚମ୍ପୁଆ ବଡ଼ନଈରେ ହୃଦୟ ବିଦାରକ ଦୃଶ୍ୟ: ସ୍ୱାମୀଙ୍କ ମୃତଦେହକୁ ନିଜେ ସମାଧି ଦେଲେ ବୃଦ୍ଧା

ଭୁବନେଶ୍ୱର(କେନ୍ୟୁଜ୍): ମଣିଷ ଯେ କେତେ ସ୍ୱାର୍ଥପର ହୋଇପାରେ ତାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରୁ ସ୍ପଷ୍ଟ ଜଣାପଡିଛି । ଏପଟେ ଗରିବଙ୍କ ପାଇଁ ସରକାରଙ୍କ ଅନେକ ସୁବିଧା ଥାଇବି, ଜଣେ ଅସହାୟ ଗରିବ ଶ୍ରେଣୀର ବୃଦ୍ଧା ନିଜର ସ୍ୱାମୀର କବର ଖୋଳିବା ଲଜ୍ଜାଜନକ ଘଟଣା ଅଟେ। ନିଜ ସ୍ବାମୀର ମୃତଦେହକୁ ଘରକୁ ଆଣିବାକୁ କିପରି ଶୋଷଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧା ତାହା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଜଣେ ବୃଦ୍ଧା ନିଜ ସ୍ୱାମୀର ମୃତ୍ୟୁ ପରେ କବର ଖୋଳୁଥିବାର ଦେଖିବାକୁ ମିଳିଥିଲା। । ତେବେ ଏହାର କାରଣ ଜାଣିବାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ବୃଦ୍ଧାଙ୍କୁ ପ୍ରଶ୍ନ କରିଥିଲେ । ଯେଉଁଥିରେ ବୃଦ୍ଧା ପଥର ସଦୃଶ ହୋଇ ଉତ୍ତର ରଖିଥିଲେ । ତେବେ ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ନଈ ଗ୍ରାମରବୋଲି ଜଣାପଡିଛି ।

ସ୍ୱାମୀ ଭଞ୍ଜ ମୁଣ୍ଡା ଅସୁସ୍ଥ ହେବା ପରେ ସ୍ତ୍ରୀ ପତି ମୁଣ୍ଡା ପ୍ରଥମେ ଚମ୍ପୁଆ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଭଞ୍ଜ ମୁଣ୍ଡାଙ୍କ ମୃତ୍ୟୁ ହେବା ପରେ ସେ ସରକାରୀ ସୁବିଧାରୁ ବଂଚିତ ହୋଇଥିଲେ ଓ ଧାର ଉଧାର ମାଗି ମୃଦେହ ଘରକୁ ଆଣିଥିଲେ । ଏହା ପରେ ସ୍ୱାର୍ଥୀ ମଣିଷ ସମାଜ ମୃତବ୍ୟକ୍ତିକୁ କାନ୍ଧ ନଦେବାରୁ ସ୍ତ୍ରୀ ଘର ସମ୍ମୁଖରେ ନିଜେ ଗାତ ଖୋଲିବା ଆରମ୍ଭ କରିଥିଲେ ଓ ଗୋଡ଼ରେ ଦଉଡି ବାନ୍ଧି ଟାଣି ଟାଣି ଆଣି ସ୍ୱାମୀଙ୍କ ମୃତଦେହକୁ ନିଜେ ସମାଧି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.