ବିବାହିତ ପୁରୁଷଙ୍କ ପାଇଁ କେରଳ ହାଇକୋର୍ଟଙ୍କ ବଡ ରାୟ: ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, ଏହା ପ୍ରେମ ଏବଂ ଆବେଗ

ନୂଆଦିଲ୍ଲୀ : ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ଶାରିରୀକ ସମ୍ପର୍କ ରଖିବା ତଥା ଦୁଷ୍କର୍ମ ଅଭିଯୋଗ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେଦି ପୁରଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କରେ ରହୁଛନ୍ତି ତେବେ ଏଥିରେ କୌଣସି ଭୁଲ ନାହିଁ । ଏହାକୁ ଦୁଷ୍କର୍ମ ବୋଲି କୁହାଯିବ ନାହିଁ ।

ଜଷ୍ଟିସ୍ କୌସର ଇଦାଗପାଥ ଏଭଳି ଏକ ମାମଲାର ଶୁଣାଣି କରି ମାମଲାକୁ ରଦ୍ଦ କରିଛନ୍ତି । କୋର୍ଟ କହିଥିଲେ ଯେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ଅଭିଯୋଗ ଏହି ଅଭିଯୋଗକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ। ଏଭଳି ସ୍ଥିତିରେ ଏହାକୁ ‘ଲଭ ଅବା ପ୍ୟାସନ’ ଅର୍ଥାତ ‘ଭଲ ପାଇବା ଅବା ଆବେଗିକ ସମ୍ପର୍କ’ ବୋଲି ଧରାଯିବ। ଏପରିକି ଏଭଳି ଅଭିଯୋଗ କ୍ଷେତ୍ରରେ ସମ୍ପୃକ୍ତ ପୁରୁଷଙ୍କ ବିରୋଧରେ ଆଇପିସିର ଦଫା ୩୭୬ କିମ୍ବା ୩୭୫ ଲାଗିପାରିବ ନାହିଁ।

ଏପରିକି କେରଳର ଏକ ମାମଲାର ରାୟ ଶୁଣାଣି ସମୟରେ ଏହା ଜଣାପଡିଥିଲା ଯେ ଯୁବକ ଜଣକ ଯେଉଁ ଯୁବତୀଙ୍କ ସହ 2010 ମସିହାରୁ ସମ୍ପର୍କ ରଖିଛନ୍ତି ସେ ପୁର୍ବରୁ ଜାଣିଥିଲେ କି ଯୁବକ ଜଣକ ବିବାହିତ। ୨୦୧୦ରେ ଦୁହେଁ ଏକାଠି ଥିଲେ। ୨୦୧୩ରେ ଯୁବକ ଜଣକ ବିବାହିତ ଜାଣିବା ପରେ ମଧ୍ୟ ଦୁହେଁ ସମ୍ପର୍କ ଜାରୀ ରଖିଥିଲେ। ଏପରିକି ଯେତେବେଳେ ଯୁବକ ଜଣକ ବିବାହ ବିଚ୍ଚେଦ କରିଥିଲେ, ଏହା ପରେ ମଧ୍ୟ ଦୁହେଁ ସମ୍ବନ୍ଧରେ ଥିଲେ। ଯୁବକଙ୍କ ବିରୋଧରେ ଆଇପିସି ଦଫା ୩୭୬(ଦୁଷ୍କର୍ମ), ୪୨୦(ଠକେଇ) ରେ ମାମଲା ରୁଜୁ ହୋଇଥିଲା । ଏଥି ସହିତ ୨୦୧୯ରେ କେରଳର ପେରାମଙ୍ଗଲମ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ଏଭଳି ପରିସ୍ଥିତିରେ ମିଥ୍ୟା ପ୍ରତିଶୃତି ଅଭିଯୋଗ ଲଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ଆଧାରରେ ଯୁବକଙ୍କୁ କୋର୍ଟ ଖଲାସ କରିଥିଲେ।

ଏହାପରେ କୋର୍ଟ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ନିଜର ମତ ରଖିଥିଲେ। ଦୁଇଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଉଭୟଙ୍କ ସହମତିରେ ହୋଇଛି ବୋଲି କେରଳ ହାଇକୋର୍ଟ କହିଥିଲେ। ଏପରି ଅଭିଯୋଗ ପରେ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇଥିଲେ ନା ଯୁବତୀଙ୍କୁ ଧୋକା ଦେବାକୁ ଚେଷ୍ଟା କରିଥିଲେ। ତେଣୁ ଏହି ସମ୍ପର୍କକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ। ବରଂ ଏହାକୁ ପ୍ରେମ ଏବଂ ଆବେଗ ବୋଲି କୁହାଯାଏ।

Leave A Reply

Your email address will not be published.