ଅଧାରେ ରହିଗଲା ଡାକ୍ତର ହେବାର ସ୍ୱପ୍ନ, ଭାବି ସ୍ୱାମୀ ପକ୍ଷରୁ ଯୌତୁକ ଦାବି କରିବାରୁ ନିଜକୁ ଶେଷ କରିଦେଲେ ଛାତ୍ରୀ

ଭାବି ଶ୍ୱଶୁର ଘର ଲୋକ ମାତ୍ରାଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବ ଭାଙ୍ଗି ଦେବାରୁ ଡାକ୍ତରୀ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା କରିଥିବା ୨୬ ବର୍ଷୀୟ ଶାହାନା ସର୍ଜରୀ ବିଭାଗର ପିଜି ଛାତ୍ରୀ ଥିଲେ। ଏମିତି ଘଟଣା କେରଳରେ ଦେଖିବାକୁ ମିଳିଛି ।

ଅଧାରେ ରହିଲା ଡାକ୍ତର ହେବାର ସ୍ୱପ୍ନ । ପଢିବା ସମୟରେ ଜଣକୁ ଭଲପାଇଥିଲେ ବୋଲି ଘର ଲୋକ ତାଙ୍କ ସହିତ ବାହାଘର ଠିକ୍‌ କରିଦେଲେ । ହେଲେ ଭଲପାଇଥିବା ଯୁବକ ଜଣକ ବାହା ହେବା ପାଇଁ ଯୌତୁକ ଡିମାଣ୍ଡ କରିଥିଲେ । ଆଉ ଯୌତୁକ ଚାପରେ ନିଜ ଜୀବନ ଶେଷ କରିଦେଲେ ଛାତ୍ରୀ । ଆତ୍ମହତ୍ୟା କରିଥିବା ୨୬ ବର୍ଷୀୟ ଶାହାନା ସର୍ଜରୀ ବିଭାଗର ପିଜି ଛାତ୍ରୀ ଥିଲେ। ଏମିତି ଘଟଣା କେରଳରେ ଦେଖିବାକୁ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାମଲାର ତଦନ୍ତ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ଛାତ୍ରୀ ଜଣକ ଥିରୁଅନନ୍ତପୁରମ୍ ମେଡିକାଲ୍ କଲେଜ ସ୍ଥିତ ଭଡା ଘରେ ରହୁଥିଲେ । ଯୌତୁକ ଚାପ ଯୋଗୁଁ ଆତ୍ମହତ୍ୟା କାରଣ ବୋଲି କୁହାଯାଉଛି । ଭାବି ଶ୍ୱଶୁର ଘର ଲୋକ ମାତ୍ରାଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବ ଭାଙ୍ଗି ଦେବାରୁ ଡାକ୍ତରୀ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଡାକ୍ତରୀ ଛାତ୍ରୀ ଜଣକ ନିଜ ଅନୁଷ୍ଠାନର ଜଣେ ପିଜି ଛାତ୍ରଙ୍କୁ ଭଲପାଉଥିଲେ । ତାଙ୍କ ସହ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା । କିନ୍ତୁ ବିବାହ ପାଇଁ ଭାବି ଶ୍ୱଶୁର ଘର ଲୋକେ ମାତ୍ରାଧିକ ଯୌତୁକ ଦାବି କରୁଥିଲେ । ସୁନା, ଜମି ସାଙ୍ଗକୁ ବିଏମଡବ୍ଲୁ କାର ସହ ଅନ୍ୟାନ୍ୟ ଜିନିଷ ଦେବାକୁ କହିଥିଲେ । କିନ୍ତୁ ଶାହାନାଙ୍କ ପରିବାର ଏହି ଦାବି ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଥିଲେ । ପରେ ପୁରୁଷ ବନ୍ଧୁ ମଧ୍ୟ ଦାବି ମୁତାବକ ଯୌତୁକ ନ ଦେଲେ ବିବାହ ହୋଇପାରିବ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ଫଳରେ ଚାପଗ୍ରସ୍ତ ହୋଇ ଶାହାନା ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ତେବେ ପୋଲିସକୁ ଭଡା ଘରୁ ଏକ ସୁଇସାଇଡ ନୋଟ ମିଳିଛି । ସେଥିରେ ପୀଡିତା ଜଣକ ଲେଖିଛନ୍ତି, ସମସ୍ତଙ୍କୁ କେବଳ ପଇସା ଦରକାର ।

ମୃତ ଛାତ୍ରୀ ଶାହାନାଙ୍କ ମା’ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳା ଆୟୋଗ ଏବଂ ମେଡିକାଲ କଲେଜ ପୋଲିସମଧ୍ୟ ମାମଲା ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.