ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନର କଥା ଜଣାଇଲେ ରୋହିତ ଶର୍ମା

‘ମୋତେ ଟି୨୦ ବିଶ୍ୱକପରେ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି, ତେବେ ଏବେ ଠାରୁ କହିଦିଅନ୍ତୁ । ବିସିସିଆଇ ଅଧିକାରୀଙ୍କୁ ମନର କଥା ଜଣାଇଲେ ରୋହିତ ଶର୍ମା । ଟି୨୦ ବିଶ୍ୱକପକୁ ମାତ୍ର ୬ ମାସ ବାକି ରହିଛି ।

ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ରୋହିତ ଶର୍ମା ବିସିସିଆଇ ଅଧିକାରୀଙ୍କୁ ଆଗାମୀ ଟି୨୦ ବିଶ୍ୱକପରେ ଖେଳିବାକୁ ନେଇ କହିଛନ୍ତି ।

ଖବର ମୁତାବକ, ରୋହିତ ବୋର୍ଡ ମେମ୍ବର୍ସଙ୍କୁ କହିଛନ୍ତି, ଯଦି ଆପଣ ଟି-୨୦ ବିଶ୍ୱକପ ପାଇଁ ମୋତେ ଚୟନ କରିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ କହିଦିଅନ୍ତୁ । ବୈଠକରେ ଥିବା ସମସ୍ତ ଅଧିକାରୀ, ଚୟନକର୍ତ୍ତା ଏବଂ କୋଚ୍‌ ରାହୁଲ ଦ୍ରାବିଡ ଏକମତ ଭାବେ ରୋହିତଙ୍କୁ ଟି୨୦ ବିଶ୍ୱକପ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ଚୟନକର୍ତ୍ତା ଟିମ୍‌ ରୋହିତ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ଦାୟିତ୍ୱ ନିଅନ୍ତୁ ବୋଲି ଚାହୁଁଥିଲେ । ରୋହିତ କିଛିଦିନ ପାଇଁ ବ୍ରେକ ମାଗିଛନ୍ତି ।

ବିସିସିଆଇର ରିଭ୍ୟୁ ମିଟିଂ ନୂଆଦିଲ୍ଲୀରେ ଆୟୋଜିତ କରାଯାଇଛି ରୋହିତ ଶର୍ମା ଏହି ବୈଠକରେ ଭିଡିଓ କନଫରେନ୍ସରେ ଯୋଡି ହୋଇଥିଲେ । ତେବେ ରୋହିତ ଶର୍ମା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି । ବିଶ୍ୱକପ ପରେ ରୋହିତ ଲଣ୍ଡନ ପାଇଁ ବାହାରିଯାଇତିଲେ ।

ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସହିତ ଦିନିକିଆ ସିରିଜ ଖେଳିବେ ନାହିଁ । ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଟିମର ଦାୟିତ୍ୱ ନେବେ । ରୋହିତ ବ୍ରେକ ନେବା କାରଣରୁ ଚୟନକର୍ତ୍ତା ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଇଛନ୍ତି । ସେହିପରି ଦିନିକିଆ ଟିମର ଦାୟିତ୍ୱ କେଏଲ ରାହୁଲ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.