Below header

ସୁରତରେ ଜୀବନଦାତା ପାଲଟିଲେ କେତନ୍, ସଂଘର୍ଷ କରି ବଞ୍ଚାଇଲେ ଅନେକ ଜୀବନ

ସୁରଟ : ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ସୁରକ୍ଷାକୁ ଦୃଷ୍ଟିରେ ରଖି ତଦନ୍ତ ରିପୋର୍ଟ ଆସିବା ପର‌୍ୟ୍ୟନ୍ତ ସୁରତ ଓ ଅହମଦାବାଦର ସମସ୍ତ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଡାକ୍ତରଖାନାରେ ଆହତମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ସୁରତର ସରଥାନା ଠାରେ ତକ୍ଷଶିଳା କଂପ୍ଲେସରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା। ଏହା ଏତେ ଭୟାବହ ଥିଲା ଯେ ବିଦ୍ୟାର୍ଥୀ ଓ ଶିକ୍ଷକମାନେ ବାହାରି ପାରିନଥିଲେ।

surat-fire

କୋଚିଙ୍ଗ୍ ସେଣ୍ଟରରେ ଯେତେବେଳେ ନିଆଁ ଲାଗିଥିଲା ତଳେ ସଡକରେ ଠିଆ ହୋଇଥିବା ଲୋକ ଭୀଷଣ ନିଆଁ କାରଣରୁ ଉପରକୁ ଚଢିବା ପାଇଁ ଡରୁଥିଲେ ଏବଂ ତଳେ ଠିଆ ହୋଇ ଯେତେବେଳେ ଏହି ଲୋମଟାଙ୍କୁରା ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ । ଠିକ୍ ଏହି ସମୟରେ କେତନ୍ ଜୋରବାଡିଆ ନାମକ ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ବିଲଡିଂ ଉପରକୁ ଚଢିଯାଇଥିଲେ । ଏକ ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଥିଲେ , ମୁଁ ବିଲଡିଂରୁ ଭୀଷଣ ଧୂଆଁ ବାହାରୁଥିବାର ଦେଖିଲି ମୋ ମୁଣ୍ଡକୁ କିଛି ନ ପଶୁଥିବାରୁ ଗୋଟିଏ ଶିଢି ଉଠାଇ ବିଲଡିଂ ଉପରକୁ ଚଢିଗଲି ।

 

ସିଡିରେ ମଧ୍ୟ ନିଆଁ ଥିବାକୁ ପ୍ରାଣ ବଞ୍ଚାଇବାକୁ ଅନେକ ୪ର୍ଥ ମହଲାକୁ ତଳକୁ ଡେଇଁ ପଡ଼ିଥିଲେ। ଏଥିରେ ୨୦ଜଣ ପ୍ରାଣ ହରାଇଥବା ବେଳେ ୧୮ରୁ ଅଧିକ ଗୁରୁତର ଅଛନ୍ତି। ନିଆଁ ଲିଭାଇବା ପାଇଁ ୧୯ଟି ଦମକଳ ସହ ୨ଟି ଏଲିଭେଟରକୁ ମୂତୟନ କରାଯାଇଥିଲା। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିବାରଙ୍କୁ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥିରେ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.