ଚିକେନ୍‌ରୁ ବ୍ୟାପିପାରେ କରୋନା ଠୁ ଭୟଙ୍କର ଭୁତାଣୁ, ନିପାତ କରିଦେବ ବିଶ୍ୱର ଅଧା ଲୋକଙ୍କୁ : ଆମେରିକା ବୈଜ୍ଞାନିକଙ୍କ ଚେତାବନୀ

ନ୍ୟୁଓ୍ଵର୍କ : ଚିକେନ୍‌ ଫାର୍ମ ପାଇଁ ମାନବ ସମାଜ ଏକ ଭୟଙ୍କର ବିପଦକୁ ସାମ୍‌ନା କରିବାକୁ ଯାଉଛି । ଚିକେନ୍‌ରୁ ସୃଷ୍ଟି ହେଉଥିବା ଏହି ନୂତନ ଭାଇରସ୍‌ କରୋନା ଠୁ ବି ଭୟଙ୍କର ବୋଲି ଆମେରିକାର ବୈଜ୍ଞାନିକ ଡା.ମାଇକେଲ୍‌ ଗର୍ଗର ଚେତାବନୀ ଦେଇଛନ୍ତି ।

କରୋନା ଭୁତାଣୁ ବାଦୁଡ଼ି ଠାରୁ ମନୁଷ୍ୟ ଦେହକୁ ଆସୁଥିବା ବେଳେ ଚିକେନ୍‌ ଫାର୍ମରୁ ସୃଷ୍ଟ ଏହି ନୂତନ ‘ଆଭିଆନ୍‌’ ଭୁତାଣୁ ମନୁଷ୍ୟ ଠାରୁ ମନୁଷ୍ୟକୁ ସଂକ୍ରମଣ ହେବ । ମନୁଷ୍ୟର ମାଂସ ଖାଇବାର ଲାଳସା ଯୋଗୁ ଏହା ମାନବ ସମାଜ ପାଇଁ ଘାତକ ହେବ ।

chicken

ବିଶ୍ୱରେ ମାଂସାହାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ନୂତନ ଭୁତାଣୁ ଦ୍ୱାରା ବିଶ୍ୱର ଅଧାରୁ ଅଧିକ ଲୋକ ଆକ୍ରାନ୍ତ ହେବେ ବୋଲି ଡା. ଗର୍ଗର ପ୍ରକାଶ କରିଛନ୍ତି । ଯାହାକି ମାନବ ସମାଜ ପାଇଁ ଏକ ବଡ଼ ଘାତକ ସାବ୍ୟସ୍ତ ହୋଇପାରେ ।

ଏହି ଭୁତାଣୁର ସୃଷ୍ଟି ପାଇଁ କୁକୁଡ଼ା ଫାର୍ମଗୁଡ଼ିକ ଦାୟୀ ବୋଲି ଡା. ଗର୍ଗର ପ୍ରକାଶ କରିଛନ୍ତି । କୁକୁଡ଼ା ଫାର୍ମଗୁଡ଼ିକରେ ସଫା ସୁତରକୁ ବିଶେଷ ଧ୍ୟାନ ଦିଆ ନଯିବା ଓ ଛୋଟ ସ୍ଥାନରେ ଅଧିକ କୁକୁଡ଼ାଙ୍କୁ ରଖିବା ଦ୍ୱାରା କକୁଡାଙ୍କ ଦେହରେ ଏହି ରୋଗ ସୃଷ୍ଟି ହୋଇଥାଏ ।

gargar

କୁକୁଡ଼ାଙ୍କୁ ଅତି କମ୍‌ ସ୍ଥାନରେ ରଖିବା ଦ୍ୱାରା ସେମାନେ ଡେଣା ହଲାଇ ପାରି ନଥାନ୍ତି । ସେମାନଙ୍କର ମଳ ଯୋଗୁ ଅଧିକ ଆମୋନିଅ ଗ୍ୟାସ ପରିବେଷରେ ରହିଥାଏ । ଯଦ୍ୱାରେ କୁକୁଡ଼ାମାନେ ରୋଗଗ୍ରସ୍ତ ହୋଇ ଏହି ନୂତନ ‘ଆଭିଭା’ ଭୁତାଣୁ ସୃଷ୍ଟି କରିଥାନ୍ତି ।

୧୯୯୭ରେ ହଙ୍ଗ୍‌କଙ୍ଗ୍‌ରେ ଏହି ଆଭିଆନ୍‌ ଫ୍ଲୁ ଦେଖାଯାଇଥିଲା । ଯେଉଁଥିରେ ୧.୩ ମିଲିୟନ୍‌ କୁକୁଡ଼ାଙ୍କୁ ହତ୍ୟା କରାଯାଇଥିଲା । ତଥାପି ସଂକ୍ରମଣକୁ ପୂର୍ଣ୍ଣ ଭାବେ ନିପାତ କରାଯାଇ ପାରି ନଥିଲା ।

ତେଣୁ ଯେତେ ପର୍ଯ୍ୟନ୍ତ ଚିକେନ୍‌ ଫାର୍ମ ଅଛି ଏଭଳି ମହାମାରୀ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ଆମେରିକାର ବୈଜ୍ଞାନିକ ଗର୍ଗର ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.