Below header

ଖସିଖସି ଯାଉଛି କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ ଆଜି ଦେଶର କରୋନା ଅପଡେଟ

ଦେଶରେ ଗତ ଚାରି ମାସରେ କରୋନା ଭାଇରସ୍‌ ଦିନକୁ ଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କୋଭିଡ ଜନିତ ନୂଆ ଆକ୍ରାନ୍ତ ସଂଖ୍ୟା ୩୦,୫୪୮ ସାମ୍ନାକୁ ଆସିଛି। ଏହାପୂର୍ବରୁ ୧୫ ଜୁଲାଇରେ ୨୯,୪୨୯ ନୂଆ କେସ୍‌ ସାମ୍ନାକୁ ଆସିଥିଲା। ସେହିପରି ରବିବାର ଦିନ ୪୧,୧୦୦ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ କରୋନା ଜନିତ ସଂକ୍ରମଣ ସଂଖ୍ୟା ୮୨ ଲକ୍ଷ ପାର କରିଛି।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏବେ ପ୍ରାୟ ୪,୬୫,୪୭୮ କେସ ସକ୍ରିୟ ରହିଛି। ଏଥିରେ ଗତ ୨୪ ଘଣ୍ଟାରେ ୧୩,୭୮୩ ହ୍ରାସ ଘଟିଛି। ସେହିପରି କରୋନା ମୃତ୍ୟୁ ସଂଖ୍ୟା କଥା ଯଦି କହିବା ତେବେ ଏବେ ସୁଦ୍ଧା ମୋଟ ୧,୩୦,୦୭୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.