ମହାକାଶରେ ଟ୍ୟାକ୍ସି ସେବା, ଫାଲକନ୍‌-9 ମହାକାଶ ଯାନରେ ଚାରି ଯାତ୍ରୀଙ୍କୁ ପଠାଇଲା ନାସା

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସଫଳତାର ସହ ଆଜି ପ୍ରଥମ ଅପରେସନାଲ୍‌ ସ୍ପେସ୍‌ ଟାକ୍ସି ଫ୍ଲାଇଟକୁ ମହାକାଶ ଅଭିମୁଖେ ପଠାଇଛି । ଏଲନ ମସ୍କର ରକେଟ କମ୍ପାନୀ ସ୍ପେସଏକ୍ସ ସହ ମିଳିତ ଭାବରେ ପ୍ରସ୍ତୁତ କରିଥିବା ଫାଲକନ୍‌-9 ମହାକାଶ ଯାନରେ ଚାରି ଜଣ ଯାତ୍ରୀଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେସନକୁ ପଠାଇଛି ନାସା ।

space1ଫ୍ଲୋରିଡାର ସ୍ଥିତ ନାସାର ଐତିହାସିକ ଲଞ୍ଚ ପ୍ଯାଡ୍‌-39ରୁ ରକେଟ ଉତକ୍ଷେପଣ କରାଯାଇଥିଲା । ନାସାର ଏହା ହେଉଛି ପ୍ରଥମ ମିଶନ, ଯେଉଁଥିରେ ବ୍ୟକ୍ତିଗତ ମହାକାଶଯାନର ସହାୟତା ସ୍ପେସ୍‌ ଷ୍ଟେସନକୁ ମହାକାଶଚାରୀ ପଠାଯାଇଛି । ଏହି ଟିମରେ ଆମେରିକାର ବାୟୁସେନା କର୍ଣ୍ଣେଲ ତଥା ମହାକାଶଚାରୀ ମାଇକ ହପକିନ୍ସ, ପଦାର୍ଥ ବିଜ୍ଞାନୀ ଶାନନ ୱାକର, ଜାପାନର ମହାକାଶଚାରୀ ସୋଚି ନୋଗୁଚି ଏବଂ ନୌସେନା କମାଣ୍ଡର ତଥା ମହାକାଶଚାରୀ ଭିକ୍ଟର ଗ୍ଲୋଭର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.