୧୦ରୁ ଗଙ୍ଗା ସାଗର ମେଳା, ବନ୍ଦ କରିବାକୁ HCରେ ରୁଜୁ ହୋଇଥିଲା ଜନସ୍ୱାର୍ଥ ମାମଲା

ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି କୋଲକାତା ଗଙ୍ଗା ସାଗର ମେଳା। ସଂକ୍ରମଣ ବଢ଼ୁଥିବା ବେଳେ ମେଳା କରାଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ମେଳାକୁ ବନ୍ଦ କରିବାକୁ କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ତେବେ କୋଭିଡ୍‌ ଗାଇଡଲାଇନ୍‌କୁ ଗୁରୁତ୍ୱ ଦେଇ ମେଳାର ଆୟୋଜନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଣୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଅନୁସାରେ ହିଁ ୧୦ ତାରିଖରେ ଗଙ୍ଗା ସାଗର ମେଳା ଅନୁଷ୍ଠିତ ହେବ।


ସୂଚନାଯୋଗ୍ୟ ଯେ ଏହି ମେଳାରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ପାଖାପାଖି ୫୦ ହଜାର ସାଧୁସନ୍ଥ ମେଳାରେ ଯୋଗ ଦେଇଥାନ୍ତି।