ଆଜିଠୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ, ସାମିଲ ହୋଇଛନ୍ତି ୩୮ଟି ଦଳ

ସମ୍ବଲପୁର: ଆଜିଠୁ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ୧୫ଟି ସେକ୍ଟରରେ ୩୮ଟି ଦଳ ଏହି ଗଣନାରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ସେକ୍ଟରରେ ଦୁଇରୁ ତିନି ଜଣ ପକ୍ଷୀ ବିଶାରଦଙ୍କ ସହ ବନ ବିଭାଗ କର୍ମଚାରୀ ଅଛନ୍ତି। ଚଳିତବର୍ଷ ୧୭ ଜଣ ପକ୍ଷୀ ବିଶାରଦ ସମ୍ବଲପୁର ଜିଲ୍ଲା ବାହାରୁ ଆସୁଥିବା ବେଳେ ୨୧ଜଣ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ପକ୍ଷୀ ବିଶାରଦ ଅଛନ୍ତି। ଓଡ଼ିଶା ସୀମାକୁ ଲାଗିଥିବା ସେକ୍ଟର ୬ରେ ମଧ୍ୟ ଗଣନା ହେବ।

ସକାଳ ୬ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଗଣନାରେ ୩୦ଟି ଡଙ୍ଗା ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ। ଚଳିତବର୍ଷ ୯୦ଟି ପ୍ରଜାତିର ପକ୍ଷୀ ହୀରକୁଦ ଜଳଭଣ୍ଡାରକୁ ଆସିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.