ଗ୍ରାଜୁଏଟ୍ ପାସ୍ ଛାତ୍ରୀଙ୍କୁ ଦେଢ଼ ଲକ୍ଷ ଟଙ୍କାର ସ୍କଲାରସିପ୍‌ ଦେଉଛି କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌, ଏବେ ହିଁ କରନ୍ତୁ ଆବେଦନ

ମେଡିକାଲ ପଢ଼ିବାକୁ ଇଚ୍ଛୁକ ଛାତ୍ରୀଙ୍କ ପାଇଁ ସିଏସ୍‌ଆର (Corporate Social Responsibility) ପ୍ରୋଜେକ୍ଟରେ କୋଟାକ୍‌ କନ୍ୟା ସ୍କଲାରସିପ୍‌ (Kotak Kanya Scholarship 2021) ଘୋଷଣା କରିଛି କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନୀ। କୋଟାକ୍‌ ଏଜୁକେସନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଦ୍ୱାଦଶ ପାସ୍‌ ଛାତ୍ରୀଙ୍କ ପାଇଁ କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୧ ଘୋଷଣା କରାଯାଇଛି। ଯେଉଁ ଛାତ୍ରୀ ଦ୍ୱାଦଶ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ଓ ଯାହାର ପାରିବାରିକ ଆୟ ୩ ଲକ୍ଷ କିମ୍ବା ତା’ ଠାରୁ କମ୍‌, କେବଳ ସେହି ଛାତ୍ରୀ ହିଁ ଏହି ସ୍କଲାରସିପ୍‌ ପାଇପାରିବେ। ଗରିବ ଛାତ୍ରୀଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ କୋଟାକ୍‌ ମହିନ୍ଦ୍ରା ପକ୍ଷରୁ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଉଛି। କେବଳ ପ୍ରଫେସନାଲ କୋର୍ସ କରୁଥିବା ଛାତ୍ରୀଙ୍କୁ ହିଁ ଏହି ସ୍କଲାରସିପ୍‌ ପ୍ରଦାନ କରାଯିବ।

ସ୍କଲାରସିପ୍‌ ପ୍ରଦାନ କରୁଥିବା ସଂସ୍ଥାର ନାମ:

କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌ କମ୍ପାନୀ

ସ୍କଲାରସିପ୍‌ ନାଁ:

କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୧

ଯୋଗ୍ୟତା:

  • କୋଟାକ୍‌ କନ୍ୟା ସ୍କଲାରସିପ୍‌ ୨୦୨୧ କେବଳ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ।
  • ଯେଉଁ ଛାତ୍ରୀ (NAAC/NBA/UGC accredited) ଅଧୀନରେ ଥିବା କଲେଜରେ ସ୍ନାତକ ପ୍ରଥମ ବର୍ଷରେ ଆଡମିସନ୍‌ କରିଥିବେ। କେବଳ ସେମାନଙ୍କୁ ହିଁ ଏହି ସ୍କଲାରସିପ୍‌ ମିଳିପାରିବ।
  • ପ୍ରତିବର୍ଷ ଇଞ୍ଜିନିୟରିଂ, ମେଡିକାଲ, ଆର୍କିଟେକ୍‌ଚର, ଡିଜାଇନିଂ, ସ୍ପେଶିଆଲାଇଜଡ୍‌ କମର୍ସ, ଫାଇନାନ୍ସ ଓ କମ୍ପ୍ୟୁଟର କୋର୍ସ କରୁଥିବା ଛାତ୍ରୀଙ୍କୁ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଏ। ଏଥିସହ ସିଏ, ସିଏସ୍‌, ସିଏଫ୍‌ଏ, ସିଡବ୍ଲ୍ୟୁଏ, ଏଲ୍‌ଏଲ୍‌ବି ଭଳି ପ୍ରଫେସନାଲ କୋର୍ସ କରୁଥିବା ଛାତ୍ରୀଙ୍କୁ ମଧ୍ୟ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଏ।
  • କିନ୍ତୁ ବର୍ତ୍ତମାନ କେବଳ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ରୀ ହିଁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।
  • ଆବେଦନ କରୁଥିବା ଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୭୫%ରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ।
  • ଛାତ୍ରୀଙ୍କ ପାରିବାରିକ ରୋଜଗାର ୩ ଲକ୍ଷ କିମ୍ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ।
  • ଏହି ସ୍କଲାରସିପ୍‌ରେ ପୁରସ୍କାର ସ୍ୱରୂପ ଛାତ୍ରୀଙ୍କୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ମିଳିବ।

ପୁରସ୍କାର ରାଶି:

ବର୍ଷକୁ ୧.୫ ଲକ୍ଷ ଟଙ୍କା

ଆବେଦନର ଶେଷ ତାରିଖ:
୫ ଜୁନ୍‌ ୨୦୨୨

ଏଥିପାଇଁ ଇଚ୍ଛୁକ ଛାତ୍ରୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ବିଶେଷ ସୂଚନା:

  • ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ଏଥିପାଇଁ ଛାତ୍ରୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
  • କୋଟାକ୍‌ ମହିନ୍ଦ୍ରା ସଂସ୍ଥାକୁ ଯଦି ଲାଗେ ଯେ ଛାତ୍ରୀ ଭୁଲ ସୂଚନା ଦେଇଛନ୍ତି ତେବେ ସ୍କଲାରସିପ୍‌ ପାଇବା ପରେ ବି ତାହାକୁ ବନ୍ଦ କରିପାରିବେ।
  • ଅନ୍ୟ କୌଣସି ସ୍କଲାରସିପ୍‌ର ଲାଭ ପାଉଥିବା ଛାତ୍ରୀ ଏଥିପାଇଁ ଯୋଗ୍ୟ ହେବେ ନାହିଁ।

Also Read: ଗାଁର ସବୁ ଚୋରି ଜିନିଷ ମିଳିଲା ଜଣଙ୍କ ଘରୁ, କମ୍ପ୍ୟୁଟରଠୁ ଡାଲି ଚାଉଳ ଯାଏଁ ପରିବାରର ସମସ୍ତେ ମିଶି ଲୁଟିଥିଲେ ୨୦ ଲକ୍ଷର ସାମଗ୍ରୀ