ଏହି ନେତାମାନେ ଦିନେ ଥିଲେ ଛାତ୍ର ନେତା, ଆଜି ଭାରତର ଜଣାଶୁଣା ଆଗଧାଡ଼ିର ରାଜନେତା

ନୂଆଦିଲ୍ଲୀ : କୁହାଯାଏ ଛାତ୍ର ଜୀବନରୁ ହିଁ ରାଜନେତା ଗଠନ ହୋଇଥାନ୍ତି । ଆଜି ଭାରତରେ ଆଗଧାଡ଼ିର ଯେଉଁ ନେତାମାନେ ଅଛନ୍ତି ଦିନେ ସେମାନେ ଥିଲେ ଛାତ୍ର ନେତା । ଆସନ୍ତୁ ଜାଣିବା ଏହି ତାଲିକାରେ ଅଛନ୍ତି କେଉଁମାନେ।

ମମତା ବାନାର୍ଜୀ : ଏବେ ଏହି ନେତା ଟିଏମ୍‌ସିର ସଭାପତି ଓ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ଅଟଳ ବିହାରୀ ଓ ମନମୋହନ ସିଂହଙ୍କ ସରକାରରେ ମଧ୍ୟ ମମତା କେନ୍ଦ୍ର ମନ୍ତ୍ରୀ ରହିଆସିଛନ୍ତି । ମମତା ବାନାର୍ଜୀ ଛାତ୍ର ସମୟରେ ଜଣେ ଦକ୍ଷ ଛାତ୍ରନେତା ଥିଲେ ।

mamata
P.C. abplive.com

ମୁଲାୟମ ସିଂହ ଯାଦବ : ବହୁତ କମ ଲୋକ ଜାଣନ୍ତି ଯେ ମୁଲାୟମ ସିଂହ ଯାଦବ ମଧ୍ୟ ଗ୍ରାଜୁଏସନ ପଢ଼ା ବେଳେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ସେ ଇଟଓ୍ଵାରେ କେକେ କଲେଜ ଛାତ୍ର ସଂଘର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ଏହି ଛାତ୍ର ନେତା ଏକଦା ରକ୍ଷା ମନ୍ତ୍ରୀ ଓ ୟୁପି ଭଳି ବଡ଼ ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଛନ୍ତି ।

mulayam
P.C. abplive.com

ଲାଲୁ ପ୍ରସାଦ ଯାଦବ : ଲାଲୁ ପ୍ରସାଦ ଯାଦବଙ୍କ ନାମ ଦେଶର ବଡ଼ ନେତାଙ୍କ ମଧ୍ୟରେ ନିଆଯାଏ । ସେ ବିହାର ମୁଖ୍ୟମନ୍ତ୍ରୀ ହେବା ସହ ମନମୋହନ ସରକାରରେ ରେଳ ମନ୍ତ୍ରୀ ମଧ୍ୟ ରହି ଆସିଛନ୍ତି । ଲାଲୁ ପ୍ରସାଦ ଯାଦବ ପାଟନା ୟୁନିଭରସିଟିରେ ଛାତ୍ର ରାଜନୀତି ସହ ସଂପୃକ୍ତ ଥିଲେ । ସେଠାରେ ପଢ଼ିବା ସମୟରେ ଛାତ୍ର ସଂସଦର ସଭାପତି ମଧ୍ୟ ହୋଇଥିଲେ।

ନୀତିଶ କୁମାର : ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହି ଆସିଛନ୍ତି । ନୀତିଶ ମଧ୍ୟ ଲାଲୁଙ୍କ ଭଳି ଛାତ୍ର ନେତା ଥିଲେ । ସେ ପଢ଼ିବା ସମୟରେ ବିହାର ଅଭିୟନ୍ତ୍ରଣ ମହାବିଦ୍ୟାଳୟ ଷ୍ଟୁଡେଣ୍ଟ ୟୁନିୟନର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।

ସୀତାରାମ ୟେଚୁରୀ : ଦେଶର ବଡ଼ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ ମଧ୍ୟ ଛାତ୍ର ରାଜନୀତିରେ ସକ୍ରିୟ ରହିଥିଲେ । ସେ ଜେଏନ୍‌ୟୁରେ ପଢ଼ୁଥିବା ବେଳେ ଷ୍ଟୁଡେଣ୍ଟ ଫେଡେରସନ୍‌ ଅଫ୍‌ ଇଣ୍ଡିଆ ର ସଦସ୍ୟ ହୋଇଥିଲେ । ସେ ଜେଏନୟୁ ଛାତ୍ରସଂଘର ପଦାଧିକାରୀ ମଧ୍ୟ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.