ଆମେରିକାକୁ ମାଡି ଆସୁଛି ବାତ୍ୟା ‘ଲୋରା’, ଆଜି ମଧ୍ୟରାତ୍ରରେ କରିପାରେ ଲ୍ୟାଣ୍ଡଫଲ

ଆମେରିକାକୁ ଯେମିତି ଚିନ୍ତା ପରେ ଚିନ୍ତା ମାଡ଼ି ଆସୁଛି । ଗୋଟିଏ ପଟେ ଦେଶରେ ୫୯ ଲକ୍ଷ କରୋନା ସଂକ୍ରମିତ ହୋଇ ବିଶ୍ବ ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏବେ ବାତ୍ୟା ହରିକେନ ‘ଲୋରା’ । ୩ ନମ୍ବର କାଟାଗୋରୀର ହରିକେନ ଲୋରା ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାରି ପ୍ରଭାବରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବୋହିବ ବୋଲି ଆମେରିକା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି । ଏପରିକି ସମୁଦ୍ରରେ ଉଚ୍ଚ ଆକାରର ଜୁଆର ମାଡି ଆସିବାର ଆଶଙ୍କା ରହିଛି ।

ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ସ୍ଥାନ ମାନଙ୍କରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିଶେଷକରି ଟେକ୍ସାସ ଓ ଲସିଆନାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ସେନା ଓ ଉଦ୍ଧାରକାରୀ ଦଳ ମାନଙ୍କୁ ସବୁ ମୁହୂର୍ତ୍ତରେ ସତର୍କ ରହିବା ପାଇଁ ଆଲର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.