ଉତ୍ତର ପ୍ରଦେଶ ସରକାରଙ୍କ ନିଷ୍ପତ୍ତି, ଏଣିକି ବେଆଇନ ମଦ ମୃତ୍ୟୁ ହେଲେ ଦୋଷୀ ବ୍ୟବସାୟୀଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ

ଲକ୍ଷ୍ନୌ : ମଧ୍ୟପ୍ରଦେଶରେ ଏଣିକି ବେଆଇନ ମଦ ମୃତ୍ୟୁ ହେଲେ ଦୋଷୀ ମଦ ବ୍ୟବସାୟୀଙ୍କୁ ମିଳିବ ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡ । ଏପରି ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଏଥି ସହିତ ପୂର୍ବରୁ ଥିବା ୧୦ ଲକ୍ଷ ଟଙ୍କା ଜରିମାନା ରାଶିକୁ ବୃଦ୍ଧି କରି ୨୦ ଲକ୍ଷ ଟଙ୍କା କରାଯାଇଛି ।

ଆଜି (ମଙ୍ଗଳବାର) ଶିବରାଜଙ୍କ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଖୁବ୍‌ ଶୀଘ୍ର ରାଜ୍ୟ କ୍ୟାବିନେଟରେ ଏକ ବିଲ ଆଗତ ହେବ । ପୂର୍ବରୁ ବେଆଇନ ମଦ ବ୍ୟବସାୟ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଥିଲା ।

ମଧ୍ୟପ୍ରଦେଶ ସରକାର ମଦ ଚାଲାଣ ଓ ବେଆଇନ ବ୍ୟବସାୟ ଅଟକାଇବା ପାଇଁ ମଦ ବୋତଲରେ ୨୦ରୁ ଅଧିକ ସୁରକ୍ଷା ମାନକ ଯୁକ୍ତ କ୍ୟୁଆର କୋଡ ହୋଲୋଗ୍ରାମ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ ଅଧକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶଯୋଗ୍ୟ ଯେ ନିକଟରେ ମନ୍ଦସୌରର ବିଭିନ୍ନ ଅଞ୍ଚଳରେ ବିଷାକ୍ତ ମଦ ହେତୁ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ଗତ ୧୮ ମାସ ମଧ୍ୟରେ ଉତ୍ତର ପ୍ରଦେଶରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.