ଖୁସି ଖବର! ସମସ୍ତ କର୍ମଚାରୀଙ୍କୁ ୧ ସପ୍ତାହ ପାଇଁ ଆରାମ କରିବାକୁ ଛୁଟି ଦେଲା ଏହି ଫେମସ୍‌ କମ୍ପାନୀ

କର୍ମଚାରୀଙ୍କୁ ଉପହାର ଦେଲା ସୋସିଆଲ ନେଟଓ୍ଵାର୍କ କମ୍ପାନୀ ଲିଙ୍କଡ୍‌ ଇନ୍ (Linkedin)‌। ମାଇକ୍ରୋସଫ୍ଟର ପ୍ରଫେସନାଲ ସୋସିଆଲ ନେଟଓ୍ଵାର୍କ କମ୍ପାନୀ ଲିଙ୍କଡ୍‌ ଇନ୍‌ ବର୍ତ୍ତମାନର କରୋନା ମହାମାରୀ ସମୟରେ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛି। କମ୍ପାନୀ ନିଜ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ସପ୍ତାହ ପାଇଁ ପେଡ୍‌ ଲିଭ୍‌ ଦେବାକୁ ଯାଉଛି। ଏହା ୫ ଏପ୍ରିଲରୁ ଲାଗୁ ହେବ। କର୍ମଚାରୀଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର କରିବାକୁ କମ୍ପାନୀ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ରିପୋର୍ଟ ମୁତାବକ, Linkedinରେ କାମ କରୁଥିବା ସମସ୍ତ କର୍ମଚାରୀ ୫ ଏପ୍ରିଲରୁ ପେଡ୍‌ ଓ୍ଵିକ୍‌ ଅଫ୍‌ରେ ରହିବେ। ଏହି ସମୟରେ ସେମାନେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ବିତାଇବେ। ଫଳରେ ମାନସିକ ଅବସାଦରୁ ମୁକ୍ତ ହେବାର ସୁଯୋଗ ପାଇବେ। କମ୍ପାନୀ ତରଫରୁ ବିଶ୍ୱବ୍ୟାପୀ କାମ କରୁଥିବା ପ୍ରାୟ ୧୫,୯୦୦ କର୍ମଚାରୀଙ୍କୁ ଏହି ଛୁଟି ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ ଏକ କୋର୍‌ ଟିମ୍‌ କାମ କରିବ ବୋଲି ଜଣାଯାଇଛି। କିନ୍ତୁ ପରେ ଉକ୍ତ କର୍ମଚାରୀଙ୍କୁ ମଧ୍ୟ ପେଡ୍‌ ଅଫ୍‌ ଦିଆଯିବ ବୋଲି କମ୍ପାନୀ କହିଛି।

ଏକ ଇଣ୍ଟରଭ୍ୟୁରେ Linkedin ର ଚିଫ୍‌ ପିପୁଲ ଅଫିସର Teuila Hanson କହିଛନ୍ତି, ଆମେ ଆମ କର୍ମଚାରୀଙ୍କୁ କିଛି ଦାମୀ ଉପହାର ଦେବାକୁ ଚାହୁଁଥିଲୁ। ଆମେ ଭାବୁଛୁ ଯେ ସମୟ ହିଁ ସବୁଠାରୁ ଦାମୀ ଜିନିଷ। ସେ କହିଛନ୍ତି ଯେହେତୁ ଗୋଟିଏ ସମୟରେ ହିଁ ସମସ୍ତ କର୍ମଚାରୀ ଛୁଟିରେ ରହିବେ ଏଣୁ ଇମେଲ୍‌, ମିଟିଂ ନୋଟ୍ସ ଓ ପ୍ରୋଜେକ୍ଟ ରିକ୍ୱେଷ୍ଟ ଭଳି କାମର ବୋଝ ବି ପଡ଼ିବ ନାହିଁ। ତେବେ Linkedin ର ଏଭଳି ପଦକ୍ଷେପକୁ କର୍ମଚାରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.