ଲିଭ-ଇନରେ ରହୁଥିବା ମହିଳାଙ୍କ ନିର୍ମମ ହତ୍ୟା, ଶବକୁ ଖଣ୍ଡ ଖଣ୍ଡ କରି କୁକରରେ ସିଝାଇଲା ପ୍ରେମିକ

ମୁମ୍ବାଇର ମୀରା ରୋଡ଼ସ୍ଥିତ ଆକାଶଗଙ୍ଗା ସୋସାଇଟିରେ ମହିଳାଙ୍କ ନିର୍ମମ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟି ଏହାକୁ କୁକର ସିଝାଇଥିଲା ପ୍ରେମିକ । ସମ୍ପୃକ୍ତ ଘଟଣାର ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମହିଳାଙ୍କ ଶବର ଅନେକ ଖଣ୍ଡକୁ ଉଦ୍ଧାର କରିଥିଲା ପୋଲିସ ।

(କେନ୍ୟୁଜ ବ୍ୟୁରୋ): ଥମୁନି ଦୁର୍ଦ୍ଦାନ୍ତ ପ୍ରେମିକମାନଙ୍କ ଅପରାଧ । ପ୍ରେମିକଙ୍କ କ୍ରୋଧର ଶିିକାର ହେଉଛନ୍ତି ପ୍ରେମିକା । ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଏବେ ବି ଥମି ନଥିଲା ବେଳେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ସମ୍ପୃକ୍ତ ମହିଳାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଥିବା ଜଣା ପଡ଼ିଛି । ମନ ନଭରିବାରୁ ଶବର ଖଣ୍ଡ ଅଂଶକୁ କୁକରରେ ସିଝାଇଥିଲା ପ୍ରେମିକ । ଏଭଳି ଘଟଣା ସମସ୍ତଙ୍କୁ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡ କଥା ମନେ ପକାଇବାକୁ ବାଧ୍ୟ କରିଛି । ପ୍ରେମ ଚିରନ୍ତନ ଓ ଶାଶ୍ୱତ, କିନ୍ତୁ ବର୍ତ୍ତମାନ ସମୟରେ ହେଉଥିବା ଲୋମହର୍ଷଣକାରି ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରୁଛି ।

ଏଭଳି ଅଭାବନୀୟ ଘଟଣା ମୁମ୍ବାଇରେ ଘଟିଥିବା ସୂଚନା ମଳିଛି । ମୁମ୍ବାଇର ମୀରା ରୋଡ଼ସ୍ଥିତ ଆକାଶଗଙ୍ଗା ସୋସାଇଟିରେ ମହିଳାଙ୍କ ନିର୍ମମ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମହିଳାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟି ଏହାକୁ କୁକର ସିଝାଇଥିଲା ପ୍ରେମିକ । ସମ୍ପୃକ୍ତ ଘଟଣାର ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମହିଳାଙ୍କ ଶବର ଅନେକ ଖଣ୍ଡକୁ ଉଦ୍ଧାର କରିଥିଲା ପୋଲିସ । ପୋଲିସ ସୂଚନା ଅନୁସାରେ ମହିଳା ଜଣଙ୍କ ସୋସାଇଟିରେ ନିଜ ବନ୍ଧୁଙ୍କ ସହ ଲିଭ-ଇନ ରିଲେସନସିପରେ ରହୁଥିଲେ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ମହିଳାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ପରେ ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କଟାଯାଇଥିଲା ।

ମୃତ ମହିଳା ଜଣଙ୍କ ହେଉଛନ୍ତି ୩୨ ବର୍ଷିୟ ସରସ୍ୱତୀ ବୈଦ୍ୟ । ସେ ତାଙ୍କ ୫୬ ବର୍ଷିୟ ବନ୍ଧୁ ମନୋଜ ସାହନୀଙ୍କ ସହ ଆକାଶ ଗଙ୍ଗା ସୋସାଇଟିର ଏକ ଫ୍ଲାଟରେ ଭଡ଼ା ନେଇ ଗତ ତିନି ବର୍ଷ ଧରି ରହି ଆସୁଥିଲେ । ଉକ୍ତ ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପାଖ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋସାଇଟିରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରିଥିଲା । ତେବେ ମୃତ ମହିଳାଙ୍କ ଶବ ଗନ୍ଧ ନହେବା ପାଇଁ ଅଭିଯୁକ୍ତ ମହିଳାଙ୍କ ଶବ କାଟି ଏହାର ଖଣ୍ଡ ଅଂଶକୁ କୁକରରେ ସିଝାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଫ୍ଲାଟରୁ ଦୁର୍ଗନ୍ଧ ଆସିଥିଲା ଏବଂ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ଅନ୍ୟ ସମସ୍ତ ପ୍ରମାଣ ସଂଗ୍ରହ କରିଛି । ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମହିଳାଙ୍କ ମୃତ୍ୟୁ ସମ୍ବନ୍ଧରେ ଜଣା ପଡ଼ିବ । ଅନ୍ୟପଟେ ମୃତ ମହିଳାଙ୍କ ବନ୍ଧୁଙ୍କୁ ପଚରାଉଚୁରା ପାଇଁ ପୋଲିସ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.