Below header

କରୋନା ଭାଇରସ ଭୟ: ଭିଡିଓ କଲିଂ ଲାଇଭ ଷ୍ଟ୍ରିମିଂରେ ହେଲା ବାହାଘର

ବର୍ତ୍ତମାନ ଚୀନରେ ଚାଲିଥିବା ମହାମାରୀ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଚିନ୍ତିତ। ଏହି ଭାଇରସର ଭୟ ଲଗାତାର ବଢିବା ଯୋଗୁଁ ଚୀନରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏପରିସ୍ଥଳେ ଚୀନରେ ଏକ ବିବାହ ସମାରୋହ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଯେଉଁଠି କରୋନା ଭାଇରସ ଭୟ ଯୋଗୁଁ ନିଜ ବିବାହକୁ ବରକନ୍ୟା ଆସିନାହାନ୍ତି। ଗତ କିଛିଦିନ ତଳେ ସିଂଗାପୁରରେ ରହୁଥିବା ଜୋସେଫ ୟୁ ଏବଂ ତାଙ୍କ ପତ୍ନୀ କାଙ୍ଗ ଟିଙ୍ଗ ଚୀନରୁ ଫେରିଥିଲେ। ଏଥିପାଇଁ ବିବାହ ସମୟରେ ଅତିଥିମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସେମାନେ ବିବାହ ପାଇଁ ଏକ ଭିନ୍ନ ଉପାୟ ଆପଣାଇଥିଲେ। ଏଥିପାଇଁ ବରକନ୍ୟା ନିଜ ବିବାହକୁ ନ ଆସିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ବିବାହର ସିଧାପ୍ରସାରଣ ବୁକ୍‌ ହୋଇଥିବା ହଲ୍‌ରେ ଲାଇଭ ଷ୍ଟ୍ରିମ କରିଥିଲେ।

live marrige

ବରକନ୍ୟା ଭିଡିଓ କଲ ଜରିଆରେ ଅତିଥିମାନଙ୍କ ସାମ୍ନାକୁ ଆସିଥିଲେ। ସେହିଭଳି ଭିଡିଓ କଲ୍‌ ମାଧ୍ୟରେ ଅତିଥି ମାନେ ସେମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହି ବିବାହ ଉତ୍ସବରେ ପାଖାପାଖି ୧୯୦ ଜଣ ଲୋକ ଉପସ୍ଥିତି ଥିଲେ। ବରକନ୍ୟାଙ୍କର ସମସ୍ତ ବିଧି ଭିଡିଓ କଲିଂ ମାଧ୍ୟରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.