ମହିଳାଙ୍କ ମୁଣ୍ଡରୁ ମିଳିଲା ଅଜଗର ଦେହରେ ରହୁଥିବା ଜୀବନ୍ତ ପୋକ, ଡାକ୍ତର ଆଶ୍ଚର୍ଯ୍ୟ

ଅଜଣା ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା । ଡାକ୍ତର ଏମଆରଆଇ ରିପୋର୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ମୁଣ୍ଡରେ ସାପ ଦେହରେ ରହୁଥିବା ପୋକ ଦେଖିବାକୁ ମିଳିଥିଲା ।

ଅଜଣା ରୋଗରେ ଛଟପଟ ହେଉଥିଲେ ମହିଳା । ଦିନ ହେଉ ଅବା ରାତି ଶାନ୍ତିରେ ଟିକେ ଶୋଇପାରୁନଥିଲେ । ନିମୋନିଆ ଭଳି ଲକ୍ଷଣ ରହିଥିଲା । ଏହାଛଡା ପେଟ ଯନ୍ତ୍ରଣା, ଝାଡା ଏବଂ ଶୁଖିଲା କାଶ ଭଳି ସମସ୍ୟାରେ ପୀଡିତ ଥିଲେ । ମହିଳାଙ୍କ ମସ୍ତିଷ୍କ ଏମଆରଆଇ କରି ଦେଖିବା ପରେ ଡାକ୍ତରଙ୍କ ହୋସ ଉଡିଯାଇଥିଲା । ମହିଳାଙ୍କ ମସ୍ତିଷ୍କରେ ଜିଆ ଭଳି କିଛି ପୋକ ଚାଲୁଥିବାର ଦେଖିବାକୁ ମିଳିଥିଲା । ନିଜ କ୍ୟାରିଅର ଭିତର ଏଭଳି କେସ୍‌ କେବେ ଦେଖିନଥିଲେ ଡାକ୍ତର । ଏହି ପୋକ କେବଳ ସାପ ମୁଣ୍ଡରେ ହିଁ ଦେଖିବାକୁ ମିଳିଥାଏ ।

ଖବର ମୁତାବକ, ଅଷ୍ଟ୍ରେଲିଆର ୬୪ ବର୍ଷୀୟ ମହିଳାଙ୍କ ମୁଣ୍ଡରେ ୮ ସେମି ଲମ୍ବା ଜିଆ ଭଳି ପୋକ ଚାଲୁଥିବାର ଦେଖିବାକୁ ପାଇଥିଲେ ଡାକ୍ତର । ଗତ ଦୁଇ ବର୍ଷ ହେଲାଣି ମହିଳା ଜଣକ ଷ୍ଟେରଏଡ ସହାୟତାରେ ଚିକିତ୍ସା କରୁଥିଲେ । କିନ୍ତୁ ୨୦୨୨ ପରେ ମହିଳା ଜଣକ ଡିପ୍ରେସନ ଏବଂ ସ୍ମରଣ ଶକ୍ତି ହରାଇଥିଲେ । ଏହା ପରେ ଡାକ୍ତର ତାଙ୍କୁ MRI କରିବା ପାଇଁ କହିଥିଲେ । ଆଉ ଏହା ରିପୋର୍ଟ ପରେ ଯାହା ଦେଖିଲେ, ତାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ମହିଳାଙ୍କ ମୁଣ୍ଡରେ ଏହି ପୋକ କିଭଳି ପହଞ୍ଚିଲା । ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ପୋକର ଅଣ୍ଡା କୌଣସି ଗ୍ରୀନ ଶାଗ ଜରିଆରେ ଶରୀରକୁ ପ୍ରବେଶ କରିଛି । ମହିଳା ଜଣକ କିଛି ଜିନିଷ କଞ୍ଚା ଖାଇଛନ୍ତି, ସମ୍ଭବତଃ ଏହା ମହିଳାଙ୍କ ଶରୀରକୁ ପ୍ରବେଶ କରିଛି ।

ଏହି ପୋକ ସାପ ମୁଣ୍ଡରେ ଦେଖିବାକୁ ମିଳିଥାଏ । ବିଶେଷ କରି ଅଜଗର ସାପ ମୁଣ୍ଡରେ । ଅଜଗରର ଏଭଳି ପ୍ରଜାତି ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.