Below header

ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ଠାରେ ଥିବା ଏକ ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି | ପାଠ ପଢ଼ୁଥିବା ଛାତ୍ର ଜଣଙ୍କ ଜଣେ 11 ବର୍ଷର ଭିନ୍ନକ୍ଷମ ଶିଶୁ |

ଭଦ୍ରକ: ଭଦ୍ରକ ବ୍ଲକ ଅଧିନସ୍ଥ ଗେଲପୁର ଠାରେ ଥିବା ଏକ ମାନସିକ ଭିନ୍ନକ୍ଷମ ସ୍କୁଲର ଜଣେ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି | ପାଠ ପଢ଼ୁଥିବା ଛାତ୍ର ଜଣଙ୍କ ଜଣେ 11 ବର୍ଷର ଭିନ୍ନକ୍ଷମ ଶିଶୁ | ତାଙ୍କୁ ମାଡ଼ ମରାଯିବା ଯୋଗୁ ସେ ଗୁରୁତର ଭାବେ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି |

ଭଦ୍ରକ ବ୍ଲକ ଅଧିନସ୍ଥ କୋରକୋରା ଅଂଚଳର ରୁକ୍ମଣୀ ଜେନାଙ୍କ 11 ବର୍ଷର ଭିନ୍ନକ୍ଷମ ପୁଅ ଏହି ସ୍କୁଲରେ ରହି ପାଠ ପଢୁଥିଲେ | ତେବେ ପୁଅର ଆଧାର କାର୍ଡ ପାଇଁ ତାଙ୍କ ମା ସେହି ସ୍କୁଲକୁ ଯାଇଥିଲେ | ପୁଅକୁ ଭେଟି ଜାଣିବାକୁ ପାଇଥିଲେ ଯେ ପୁଅ ଉପରେ ଅମାନୁଷିକ ଭାବେ ମାଡ଼ ମରାଯାଇଛି | ତାଙ୍କ ପିଠି ଓ ହାତରେ ମାଡ଼ ଦାଗ ରହିବା ସହିତ ଶରୀର ଲାଲ ହୋଇ ଯାଇଛି |

ତେଣୁ ତୁରନ୍ତ ଶିଶୁକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି | ଗତକାଲି ସନ୍ଧ୍ୟାରେ ତାଙ୍କ ମା ବିଧିବଦ୍ଧ ଭାବେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଯାଇ ଅଭିଯୋଗ କରିଛନ୍ତି | ତାଙ୍କ ଭିନ୍ନକ୍ଷମ ପୁଅକୁ ଯେଉମାନେ ଏପରି ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ତାଙ୍କ ମା ନିବେଦନ କରିଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.