Below header

ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନେ ବାହୁବଳୀ : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦେଶରେ ୩୦ହଜାର ନୂତନ କୋଭିଡ ସଂକ୍ରମିତ ଚିହ୍ନଟ ହେବା ସହ ଏହା ଗତ ୧୨୫ ଦିନରେ ସବୁଠୁ କମ୍‌ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସରକରୀ ତଥ୍ୟ ମୁତାବକ ଗତ ୨୪ଘଣ୍ଟା ମଧ୍ୟରେ ୩୦,୦୯୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୦୬,୧୩୦କୁ ଖସିଛି ଯାହାକି ଗତ ୧୭୦ ଦିନ ମଧ୍ୟରେ ସବୁଠୁ କମ୍‌ ବୋଲି ରିପୋର୍ଟ କହୁଛି । ଦେଶରେ ସାପ୍ତାହିକ କରୋନା ପଜିଟିଭ ଚିହ୍ନଟ ହାର ୨.୦୬% ରହିଥିବା ବେଳେ ଦୈନିକ ପଜିଟିଭ ହାର ହେଉଛି ୧.୬୮% ରହିଛି । ସୋମବାର ଠାରୁ ମଙ୍ଗଳବାର ସକାଳ ସୁଦ୍ଧା କରୋନ ଜନିତ ମୃତ୍ୟୁ ସଂଖ୍ୟା ୩୭୪ ଥିବା ବେଳେ ୪୫, ୨୫୪ଜଣ ସୁସ୍ଥ ହୋଇଛନ୍ତି ।

ଏଥିସହ ଦେଶରେ ୩,୧୧,୭୪,୩୨୨ ସଂକ୍ରମିତ ଚିହ୍ନଟ ହେବା ସହ ୩,୦୩,୫୩,୭୧୦ ସୁସ୍ଥ ହୋଇ ଫେରିଛନ୍ତି । ଏପର୍ଯ୍ୟନ୍ତ ୪,୧୪,୪୮୨ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଭାରତୀୟ ସାରସ୍‌-କୋଭ-୨ ଜେନୋମିକ୍ସ କନସୋରଟିୟମର ଉପାଧ୍ୟକ୍ଷ ଡା. ଏନ.କେ. ଆରୋରା କହିଛନ୍ତି, ଚିହ୍ନଟ ହୋଇଥିବା ନୂତନ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଡେଲଟା ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ଆହୁରି କହିଛନ୍ତିକି, ଆଲଫା ଭ୍ୟାରିଆଣ୍ଟ ଅପେକ୍ଷା ଡେଲଟା ଭ୍ୟାରିଆଣ୍ଟ ୪୦ରୁ ୬୦ ପ୍ରତିଶତ ଅଧିକ ସଂକ୍ରାମକ । କୋଭିଡ-୧୯ର B.1.617.2 ଭ୍ୟାରିଆଣ୍ଟକୁ ଡେଲଟା ଭ୍ୟାରିଆଣ୍ଟ କୁହାଯାଉଛି ।

ଅକ୍ଟୋବର ୨୦୨୦ରେ ପ୍ରଥମଥର ପାଇଁ ଡେଲଟା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହା ଦେଶରେ ଦ୍ୱିତୀୟ ଲହର ଆଣିଥିଲା । ସେପଟେ ଦେଶରେ ୪୧ କୋଟିରୁ ଅଧିକ ଲୋକ କରୋନା ଟୀକା ନେଇ ସାରିଲେଣି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କୁ ବାହୁବଳି ଭାବେ ଉଲ୍ଲେଖ କରିଛନ୍ତି । ସମସ୍ତଙ୍କୁ କରୋନା ଟିକା ନେବାକୁ ସେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.