Below header

ଆପଣଙ୍କ ଆଧାରକାର୍ଡରେ ନୂଆ ଫଟୋ ଚାହୁଁଛନ୍ତି କି ? ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଆୟକର ଦାଖଲଠାରୁ ଆରମ୍ଭ କରି ପାନକାର୍ଡ ସହ ଆଧାରକୁ ଲିଙ୍କ କରିବା ପାଇଁ ସବୁଠି ଦରକାର ଆଧାର । ପରିଚୟର ଏକ ସ୍ୱତନ୍ତ୍ର ସଂଖ୍ୟା ହେଉଛି ଏହି ୧୨ଟି ନମ୍ବର । ଅନଲାଇନ ଯୋଗେ ଆଧାର ସମ୍ପର୍କିତ କୌଣସି ସେବାକୁ ପାଇବାକୁ ଚାହୁଁଥିଲେ ଆପଣଙ୍କ ମୋବାଇଲ ନମ୍ବର ଆଧାର ସହ ସଂଯୋଗ ହେବା ବାଧ୍ୟତାମୂଳକ ।

ଆଧାର ସଂମ୍ପର୍କିତ ଅନେକ ତଥ୍ୟ ଅନଲାଇନରେ ଅପଡେଟ କରାଯିବାକୁ ବ୍ୟବସ୍ଥା କରାଯାଇଥିଲେ ବି ଆଧାର ଫଟୋ ଅପଡେଟ୍‌ ଓ ବାୟୋମେଟ୍ରିକ ଅପଡେଟ୍‌ ପାଇଁ ଆପଣଙ୍କୁ ଏକ ଆଧାର କେନ୍ଦ୍ରକୁ ଯିବାକୁ ପଡିବ । ଯଦି ଆପଣ ଆଧାରକାର୍ଡରେ ଥିବା ପୁରୁଣା ଫଟୋକୁ ନେଇ ଖୁସି ନୁହନ୍ତି ତେବେ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ।

ଏବେ ଆସନ୍ତୁ ଜାଣିବା ଆଧାର ପଞ୍ଜୀକରଣ କେନ୍ଦ୍ର କିମ୍ବା ଆଧାର ସେବା କେନ୍ଦ୍ରରେ କିପରି କରିବେ ଫଟୋ ପରିବର୍ତ୍ତନ:

୧. ପ୍ରଥମେ ଆଧାର େଓ୍ଵବସାଇଟ(www.uidai.gov.in) କୁ ଯାଇ ଆଧାର ପଞ୍ଜୀକରଣ ଫର୍ମ ଡାଉନଲୋଡ କରନ୍ତୁ ।
୨. ସେହି ଫର୍ମକୁ ପୂରଣ କରନ୍ତୁ ।
୩. ସେହି ପୂରଣ ହୋଇଥିବା ଫର୍ମକୁ ଆଧାର ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରିବା ସହ ନିଜର ବାୟୋମେଟ୍ରିକ ଦିଅନ୍ତୁ ।
୪. ଏହାପରେ ପଞ୍ଜୀକରଣ ଅଧିକାରୀ ଆପଣଙ୍କ ଫଟୋ ଉଠାଇବା ସହ ତଥ୍ୟକୁ ଅପଡେଟ କରିଦେବେ ।
୫. ଏହି ସମ୍ପୂର୍ଣ୍ଣ ଅପଡେଟ ପାଇଁ ଆପଣଙ୍କୁ ଦେୟ ବାବଦରେ ୨୫ଟଙ୍କା ଓ ଜିଏସଟି ମୂଲ୍ୟ ଦେବାକୁ ପଡିବ ।
୬. ପଞ୍ଜୀକରଣ ଅଧିକାରୀ ଆପଣଙ୍କୁ ଏକ ସ୍ୱୀକାରୋକ୍ତି ପତ୍ର ଦେବେ ଯେଉଁଥିରେ ଏକ URN ନମ୍ବର ଉଲ୍ଲେଖ ହୋଇଥିବ ।
୭. ଏହି URN ନମ୍ବରକୁ ବ୍ୟବହାର କରି ଆପଣ ଆଧାର ଅପେଡଟର ସ୍ଥିତି ସମ୍ପର୍କରେ ଜାଣିପାରିବେ ।
ଆଧାର ଫଟୋ ପରିବର୍ତ୍ତନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯିବା ପରେ ଆପଣ ଆଧାର େଓ୍ଵବସାଇଟରୁ ନୂଆ ଆଧାର କାର୍ଡ ଡାଉନଲୋଡ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.