ଯେଉଁଠି ହୋଇଥିଲା ମାଲିକାଣୀର ମୃତ୍ୟୁ, ସେହିଠାରେ ହିଁ ୮୦ ଦିନ ହେବ ଫେରିବା ବାଟକୁ ଅପେକ୍ଷା କରି ବସିଛି କୁକୁର

ଜୀବନରେ ଥରେ କୁକୁରକୁ ସ୍ନେହ କରି ଦେଖନ୍ତୁ । ନିଶ୍ଚିତ ଭାବରେ ତାର ବିଶ୍ବସନିୟତା ଆପଣଙ୍କ ହୃଦୟ ଜିତି ନେବ । କାରଣ. . . ବିଶ୍ବର ସବୁଠାରୁ ଭରସା ଯୋଗ୍ୟ ହେଉଛି କୁକୁର । ଏବେ ଠିକ୍ ଏମିତି ଗୋଟିଏ କୁକୁରର ବିଶ୍ବସନିୟତାର କାହାଣୀ ଚୀନରୁ ଆସିଛି ସାମ୍ନାକୁ । ନିଜ ମାଲିକାଣୀ ଅପେକ୍ଷା କରି ମଙ୍ଗୋଲିଆରେ ଥିବା ଏକ ରାସ୍ତା କଡ଼ରେ ବସି ରହିଛି । ଜାଣି ଆଶ୍ଚର‌୍ୟ୍ୟ ହେବେ ଦିନେ କି ଦୁଇ ଦିନ ନୁହେଁ ୮୦ ଦିନ ହେବ ସେମିତି ଅପେକ୍ଷା କରି ବସିରହିଛି।

ସୂଚନା ମୂତାବକ, ଅଗଷ୍ଟ ୨୧ରେ ସେହି ସ୍ଥାନରେ କୁକୁରଟିର ମାଲକାଣୀ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେବେଠାରୁ ସେହି ସ୍ଥାନରେ ବସି ମାଲିକାଣୀର ଫେରିବା ବାଟକୁ ଚାହିଁ ରହିଛି । ସେ ଜାଣିନାହିଁ ଅଫେରା ବାଟର ବଟୋଇ ହୋଇଯାଇଛନ୍ତି ତାର ମାଲିକାଣୀ । ସବୁଦିନ ପାଇଁ ତାକୁ ଛାଡି ଚାଲିଯାଇଛନ୍ତି ଆରପାରିକୁ । ରାସ୍ତାରେ ଯାଉଥିବା ଲୋକ ପାଟି କରୁଥିଲେ ମଧ୍ୟ କୁକୁରଟି ସେଇଠି ବସି ରହିଛି ।

ଏବେ ସୋସିଆଲ୍ ମିଡିଆରେ ଏହି କୁକୁରର କାହାଣୀ ଏବଂ ନିଜ ମାଲିକାଣୀ ପାଇଁ ସଡକରେ ବସି ଅପେକ୍ଷା କରିବା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ : 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.