ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ, ଆଜିଠାରୁ ରୋଷେଇ ଗ୍ୟାସ ସିଲିଣ୍ଡର ହେଲା ମହଙ୍ଗା

ଆଜିଠାରୁ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ପାଇଛି। ଅଏଲ ମାର୍କେଟିଂ କମ୍ପାନୀ ବିନା ସବସିଡି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛି। ଗତ ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ ହ୍ରାସ ପାଇଥିଲା। ଦେଶର ପ୍ରମୁଖ ମହାନଗରଗୁଡିକରେ ବିନା ସବ୍‌ସିଡି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପାଖାପାଖି ୧୬ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କି.ଗ୍ରା ବିନା ସବସିଡି ସିଲିଣ୍ଡର ପାଇଁ ଆପଣଙ୍କୁ ୫୯୦ ଟଙ୍କା ଦେବାକୁ ପଡିବ। ସେହିପରି କଲିକତାରେ ୬୧୬.୫୦ ଟଙ୍କା ଏବଂ ମୁମ୍ବାଇ ଏବଂ ଚେନ୍ନାଇରେ ଯଥାକ୍ରମେ ୫୬୨ ଏବଂ ୬୦୬.୫୦ ଟଙ୍କା ଦେବାକୁ ପଡିବ। ସେହିପରି ୧୯ କିଲୋର ସିଲିଣ୍ଡର ପାଇଁ ଦିଲ୍ଲୀରେ ୧୦୫୪.୫୦ ଟଙ୍କା ଦେବାକୁ ପଡିବ। ସେହିପରି କଲିକତାରେ ୧୧୧୪.୫୦ ଏବଂ ମୁମ୍ବାଇ ୧୦୦୮.୫୦ ଏବଂ ଚେନ୍ନାଇ ୧୧୭୪.୫୦ ଟଙ୍କା ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.